timesnownews
କୋଲକାତା: କୋଲକାତାର ଦୁଇଟି ଡାକ୍ତରଖାନା ମଧ୍ୟରେ ଥିବା ୬କିଲୋମିଟର ବାଟ ଅତିକ୍ରମ କରିବା ପାଇଁ ଆମ୍ବୁଲାନ୍ସ ଚାଳକ ୯,୨୦୦ ଟଙ୍କା ମାଗିବା ଘଟଣାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଇଛି। ଖାଲି ସେତିକି ନୁହେଁ ୯,୨୦୦ ଟଙ୍କା ନମିଳିବାରୁ କରୋନା ଆକ୍ରାନ୍ତ ବାଳକ ମୁହଁରୁ ଅମ୍ଲଜାନ ପାଇପ ହଟାଇ ଆମ୍ବୁଲାନ୍ସରୁ ବାହାର କରିଦେବା ଭଳି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଘଟଣାକୁ ନେଇ ଡାକ୍ତରଙ୍କ ହସ୍ତକ୍ଷେପ ପରେ ଆମ୍ବୁଲାନ୍ସ ଚାଳକ ୨,୦୦୦ଟଙ୍କା ନେବାକୁ ରାଜି ହୋଇ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବା ଜଣା ପଡ଼ିଛି।
ସୂଚନା ମୁତାବକ, ଦୁଇ ଭାଇ (ଜଣେ ନଅ ମାସର ଏବଂ ଅନ୍ୟ ଜଣେ ନଅ ବର୍ଷର) ଉଭୟ ଶିଶୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ(ଆଇସିଏଚ)ରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଦିନ ସେମାନଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କ ବାପା ସେମାନଙ୍କୁ ଏକ ରାଷ୍ଟ୍ରାୟତ୍ତ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଡ଼କାଇଥିଲେ |
News18.comବାଳକମାନଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ସହରର ପାର୍କ ସର୍କସ ଅଞ୍ଚଳରେ ଥିବା ଆଇସିଏଚରୁ ସେମାନଙ୍କୁ ମାତ୍ର ଛଅ କିଲୋମିଟର ଦୂରରେ ଥିବା କୋଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେବାକୁ ଡ୍ରାଇଭର ୯,୨୦୦ ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେଇ ପାରିବ ନାହିଁ ବୋଲି କହିବା ପରେ ସେ ମୋ ପୁଅ ମୁହଁରୁ ଅମ୍ଲଜାନ ପାଇପ ହଟାଇ ସ୍ତ୍ରୀ ସମତେ ଦୁଇ ପୁଅକୁ ଆମ୍ବୁଲାନ୍ସ ବାହାରକୁ ବାହାର କରି ଦେଇଥିଲେ। ପରେ ଆଇସିଏଚର ଡାକ୍ତର ହସ୍ତକ୍ଷେପ କରିବାରୁ ଆମ୍ବୁଲାନ୍ସ ଚାଳକ ୨,୦୦୦ଟଙ୍କାରେ ନେବା ପାଇଁ ରାଜି ହୋଇଥିଲେ। ଏ ନେଇ ମୁଁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଉଛି।
Follow Us