ଭର୍ତ୍ତି କରାଇବା ପାଇଁ ଶଯ୍ୟା ନମିଳିବାରୁ ପୁଅ କହିଲା; ଶଯ୍ୟା ଦିଅ,ନହେଲେ ମୋ ବାପାଙ୍କୁ ମାରିଦିଅ

Advertisment
ଭର୍ତ୍ତି କରାଇବା ପାଇଁ ଶଯ୍ୟା ନମିଳିବାରୁ ପୁଅ କହିଲା; ଶଯ୍ୟା ଦିଅ,ନହେଲେ ମୋ ବାପାଙ୍କୁ ମାରିଦିଅ

ZEE5 in Hindi

ମୁମ୍ବାଇ: ହଠାତ କରୋନା ସଂକ୍ରମଣ ଦେଶରେ ବଢ଼ୁଥିବା ବେଳେ ଦୈନିକ ସଂକ୍ରମଣ ୨ଲକ୍ଷ ଟପିଲାଣି। ପୂର୍ବ ଅପେକ୍ଷା ସଂକ୍ରମଣ ବଢ଼ିଥିବା ବେଳେ ଅନେକ ସ୍ଥାନରେ କରୋନା ରୋଗୀଙ୍କୁ ଶଯ୍ୟା ନମିଳିବାର ଅଭିଯୋଗ ଆସୁଛି। ସେଭଳି ଏକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ସାମ୍ନାକୁ ଆସିଛି। ସାଗର କିଶୋର ନାମକ ଜଣେ ଯୁବକ ନିଜ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ମହାରାଷ୍ଟ୍ର ଏବଂ ତେଲେଙ୍ଗାନା‌ର ସବୁ ଡାକ୍ତରଖାନା ବୁଲିବା ପରେ ମଧ୍ୟ ଶଯ୍ୟା ନମିଳିବାରୁ ମୋ ବାପାଙ୍କୁ ମାରିଦିଅ ବୋଲି ‌ସେ କହିଛନ୍ତି।

ସାଗରଙ୍କର ଏକ ଭିଡିଓ ଭାଇରାଲ ‌ହୋଇଛି ଯେଉଁଥିରେ ସେ କହିଛନ୍ତି ଯେ, ବାପା କରୋନା ପଜିଟିଭ ବୋଲି ଜାଣିବା ପରେ ମୁଁ ବାପାଙ୍କୁ ପ୍ରଥମେ ୱାରୋରା ହସ୍ପିଟାଲକୁ ନେଇଥିଲି। ସେଠାରେ ଶଯ୍ୟା ନମିଳିବାରୁ ମୁଁ ବାପାଙ୍କୁ କିଛି ଘରୋଇ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଶଯ୍ୟା ମିଳିନଥିଲା। ଏହା ପରେ ମୁଁ ବାପାଙ୍କୁ ନେଇ ତେଲେଙ୍ଗାନାରେ ପହଞ୍ଚିଥିଲି। କିନ୍ତୁ ସେଠାରେ ମଧ୍ୟ ଶଯ୍ୟା ନମଳିବାରୁ ମୁଁ ବାପାଙ୍କୁ ନେଇ ପୁଣି ମହାରାଷ୍ଟ୍ର ଫେରିଛି।

ଏବେ ସାଗର ଚନ୍ଦ୍ରପୁରର ଏକ ଡାକ୍ତରଖାନାରେ ଥିବା ବେଳେ ଶଯ୍ୟା ନମିଳିଲେ ଘରକୁ ଯିବେ ନାହିଁ ବୋଲି କହିଛନ୍ତି। ବାପାଙ୍କୁ ଗୋଟେ ଶଯ୍ୟା ଦିଅ, ନହେଲେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇ ମାରିଦିଅ। ଏଭଳି ଅବସ୍ଥାରେ ମୁଁ ବାପାଙ୍କୁ ଘରକୁ ନେଇ ଯାଇପାରିବି ନାହିଁ ବୋଲି ଭିଡିଓରେ କହିଛନ୍ତି ସାଗର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe