ମୁମ୍ବାଇ ପରେ ପୁଣେରେ ସୁସ୍ଥ ନବଜାତକୁ ଜନ୍ମ ଦେଲେ କରୋନା ସଂକ୍ରମିତ ମହିଳା

ମୁମ୍ବାଇ ପରେ ପୁଣେରେ ସୁସ୍ଥ ନବଜାତକୁ ଜନ୍ମ ଦେଲେ କରୋନା ସଂକ୍ରମିତ ମହିଳା

ndtv

ପୁଣେ: କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ୨୫ବର୍ଷ ବୟସ୍କା ମହିଳା ସୋମବାର ପୁନେର ସେସନ୍ ହସ୍ପିଟାଲରେ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ହସ୍ପିଟାଲର ଅଧିକାରୀଙ୍କ କହିବାନୁସାରେ, ଗର୍ଭବତୀ ମହିଳାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏପ୍ରିଲ ୧୬ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ପ୍ରସବ ପରେ ଶିଶୁପୁତ୍ର ସୁସ୍ଥ ଏବଂ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇ ନଥିବା ସ୍ପଷ୍ଟ ହୋଇଛି | ବର୍ତ୍ତମାନ ଶିଶୁକୁ ଅଲଗା ୱାର୍ଡରେ ରଖାଯାଇଛି, ନର୍ସ ଏବଂ ଡାକ୍ତରମାନେ ଶିଶୁଟିର ଯତ୍ନ ନେଉଛନ୍ତି।

How to Get a Clean Stamp of Your Baby's Footprint – SheKnows SheKnows

ମହାରାଷ୍ଟ୍ର ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ୨୨୩ଜଣଙ୍କ ମୃତ୍ୟୁ ଘଟିଛି | ଏହା ସହ  ମୋଟ ୪,୨୦୪ଜଣ କୋଭିଡ-୧୯ର ଶିକାର ହୋଇଛନ୍ତି | ତେବେ ଏହା ପ୍ରଥମ ନୁହେଁ, ନୋବେଲ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦୁଇଜଣ ମହିଳା ରବିବାର ଦିନ ମୁମ୍ବାଇର ବିୱାଇଏଲ ନାୟାର ଡାକ୍ତରଖାନାରେ ଦୁଇଟି ସୁସ୍ଥ ଶିଶୁଙ୍କୁ ଜନ୍ମ ଦେଇଥିଲେ । ପ୍ରସବ କରାଇଥିବା ଡାକ୍ତର କହିଥିଲେ ଯେ, ଉଭୟ ଶିଶୁ ମାରାତ୍ମକ ଭୂତାଣୁର ଶିକାର ହୋଇ ନାହାନ୍ତି | ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିଛି | ତେବେ ଉଭୟ ଶିଶୁ ସୁସ୍ଥ ଥିଲେ ମଧ୍ୟ ଏବେ ଦୁଇ ମହିଳା ସେମାନଙ୍କୁ ସ୍ତନ୍ୟପାନ କରାଇ ପାରିବେ ନାହିଁ | ଏପରି କଲେ ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନା ରହିଥିବାରୁ ସେମାନଙ୍କୁ ସ୍ତନ୍ୟପାନ ନକରାଇବା ପାଇଁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe