କରୋନାଭାଇରସ୍ ଆତଙ୍କ: ବାଦୁଡ଼ି ବସାଇ ନ ଦେବାକୁ ଗଛ କାଟି ପକାଉଛନ୍ତି ବେଙ୍ଗାଲୁରୁବାସୀ

Advertisment
କରୋନାଭାଇରସ୍ ଆତଙ୍କ: ବାଦୁଡ଼ି ବସାଇ ନ ଦେବାକୁ ଗଛ କାଟି ପକାଉଛନ୍ତି ବେଙ୍ଗାଲୁରୁବାସୀ

ବେଙ୍ଗାଲୁରୁ: କରୋନାଭାଇରସ୍ ବାଦୁଡ଼ି ଦ୍ବାରା ବ୍ୟାପୁଥିବା ଆଶଙ୍କା କରି ବେଙ୍ଗାଲୁରୁ ବାସିନ୍ଦାମାନେ ବାଦୁଡ଼ିପଲ ଆଶ୍ରୟ ନେଉଥିବା ଗଛଗୁଡ଼ିକୁ କାଟିବା ଆରମ୍ଭ କରିଛନ୍ତି। ଫଳରେ ରାଜ୍ୟ ବନ ବିଭାଗ ଶୁକ୍ରବାର ଦିନ ଚେତାବନୀ ଜାରି କରି କହିଛି ଯେ ବାଦୁଡ଼ିମାନେ ଆଶ୍ରୟ ନେଉଥିବା ଗଛଗୁଡ଼ିକୁ କଟାଯାଇ ପାରିବ ନାହିଁ କି, ବାଦୁଡ଼ିପଲଙ୍କୁ ଅଥୟ କରାଯାଇ ପାରିବ ନାହିଁ।

publive-image Image Source: Mongabay- India

ସମଗ୍ର ରାଜ୍ୟରେ ବିଶେଷକରି, ମହୀଶୂର, ଚମରାଜନଗର, ମଣ୍ଡ୍ୟା ଏବଂ ଚିକ୍କବଲ୍ଲପୁର ଅଞ୍ଚଳରେ ଲୋକେ ଗଛ କାଟୁଥିବାର ଖବର ଆସିବା ପରେ ବନ ବିଭାଗ ଏ ଭଳି ଘୋଷଣା କରିଛି। ପ୍ରଧାନ ବନସଂରକ୍ଷକ ସଞ୍ଜାଇ ମୋହନ ଗଣମାଧ୍ୟମକୁ କହିଛନ୍ତି ଯେ ବାଦୁଡ଼ି ପଲ ଆଶ୍ରୟ ନେଉଥିବା ‌ଗଛଗୁଡ଼ିକୁ କାଟି ପକାଇବା ନିମନ୍ତେ ଲୋକେ ଦାବି କରୁଛନ୍ତି।

publive-image Image Source: The Hindu

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ନିକଟରେ ‘ଆଇସିଏମ୍ଆର୍’ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଦୁଇଟି ପ୍ରଜାତିର ଦକ୍ଷିଣ ଏସୀୟ ବାଦୁଡ଼ି ଦେହରେ ‘ବାଦୁଡ଼ି କରୋନାଭାଇରସ୍’ ରହିଛି। କିନ୍ତୁ, ତାହା ସ୍ବାସ୍ଥ୍ୟପ୍ରତି ହାନିକାରକ ନୁହେଁ।

ଏହାଛଡ଼ା ବାଦୁଡ଼ି ଦ୍ବାରା କରୋନାଭାଇରସ୍ ବାଦୁଡ଼ି ଦ୍ବାରା ବ୍ୟାପୁଥିବାର କୌଣସି ପ୍ରମାଣ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହାଛଡ଼ା ବାଦୁଡ଼ିର ଜୈବ-ଚକ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe