କୋଭିଡ୍-୧୯: ଆଶାର ବାର୍ତ୍ତା ପ୍ରେରଣ କରିବାକୁ ସୁଇଜର୍‌ଲାଣ୍ଡ୍‌ର ମ୍ୟାଟର୍‌ହର୍ଣ୍ଣ ପର୍ବତରେ ଜାତୀୟ ପତାକାର ଛାୟାଚିତ୍ର

କୋଭିଡ୍-୧୯: ଆଶାର ବାର୍ତ୍ତା ପ୍ରେରଣ କରିବାକୁ ସୁଇଜର୍‌ଲାଣ୍ଡ୍‌ର ମ୍ୟାଟର୍‌ହର୍ଣ୍ଣ ପର୍ବତରେ ଜାତୀୟ ପତାକାର ଛାୟାଚିତ୍ର

Image Source: TOI

ନୂଆଦିଲ୍ଲୀ: ସୁଜର୍‌ଲାଣ୍ଡ୍‌ର ଆଲ୍ପସ୍‌ ପବର୍ତମାଳାରେ ଥିବା ମ୍ୟାଟର୍‌ହର୍ଣ୍ଣ ପର୍ବତ ଉପରେ ଭାରତର ଜାତୀୟ ପତାକାର ଛାୟାଛବି ପ୍ରତିଫଳନ କରି ସୁଇଜର୍‌ଲାଣ୍ଡ୍‌ କରୋନାଭାଇରସ୍ ବିରୋଧରେ ଭାରତର ସଂଗ୍ରାମକୁ ସମର୍ଥନ କରିଛି।

ଭାରତର ଜାତୀୟ ପତାକାରେ ଆଲୋକିତ ମ୍ୟାଟର୍‌ହର୍ଣ୍ଣ ପର୍ବତର ଫଟୋଚିତ୍ରଗୁଡ଼ିକୁ ଜେନେଭାସ୍ଥିତ ଭାରତୀୟ ବିଦେଶ ସେବା ଅଧିକାରିଣୀ ଗୁର୍‌ଲୀନ୍‌ କୌର୍‌ ସେୟାର୍ କରିଛନ୍ତି।

ବିନା ଅସ୍ତ୍ରରେ ବିଶ୍ବ କରୋନାଭାଇରସ୍‌ ମହାମାରୀ ସହ ଲଢୁଥିବା ବେଳେ ମ୍ୟାଟର୍‌ହର୍ଣ୍ଣକୁ ଆଲୋକରେ ଉଦ୍ଭାସିତ କରି ସମଗ୍ର ବିଶ୍ବକୁ ସୁଇଜର୍‌ଲାଣ୍ଡ୍ ଆଶା, ସ୍ନେହ ଏବଂ ସହାନୁଭୂତିର ବାର୍ତ୍ତା ପ୍ରେରଣ କରୁଛି।

publive-image Image Source: TOI

ସୂର୍ଯ୍ୟାସ୍ତ ଠାରୁ ପ୍ରତି ରାତିରେ ୪, ୪୭୮ ମିଟର ଉଚ୍ଚତାବିଶିଷ୍ଟ ଏହି ପର୍ବତରୂପକ ଜାତୀୟ ସଙ୍କେତ ଶବ୍ଦ ଓ ଚିତ୍ରରେ ଆଲୋକ-ଉଦ୍‌ଭାସିତ ହେଉଛି। ଏହି ଆଲୋକ ପ୍ରତିଫଳନର ଉଚ୍ଚତା ହେଉଛି ପ୍ରାୟ ୮୦୦ ମିଟର୍। ଅଳ୍ପ କେତେ ସପ୍ତାହ ହେବ ଏହି ପର୍ବତର ଉତ୍ତର ଏବଂ ପୂର୍ବ ପଟରେ ୪ କିଲୋମିଟର୍ ଦୂରରୁ ଏହି ଆଲୋକ କ୍ଷେପଣ କରାଯାଉଛି।

ସେବେଠାରୁ ‘ଆଶା’, ‘ସମର୍ଥନ’ ଏବଂ ‘ଘରେ ରୁହନ୍ତୁ’ ଭଳି ଶବ୍ଦ ଏହି ପର୍ବତ ଶିଖର ଯାଏଁ ପ୍ରକ୍ଷେପଣ କରାଯାଉଛି। ଏହା ସହ ପୃଷ୍ଠଭୂମିରେ ଧଳା ରଙ୍ଗ ଥାଇ ଗୋଟାଏ ବିଶାଳ ଲାଲ୍‌ ହୃଦୟର ଛବି ମଧ୍ୟ ସେଠାରେ ପ୍ରତିଫଳିତ ହେଉଛି।

ବୁଧବାର ରାତିରେ ସୁଇଜର୍‌ଲାଣ୍ଡ୍, ଇଟାଲି ଏବଂ ସୁଇସ୍ ଅଞ୍ଚଳ ଟିସିନୋର ପତାକା ଛାୟାଚିତ୍ର ପର୍ବତରେ ପ୍ରତିଫଳିତ ହୋଇଥିଲା। ଏହାଛଡ଼ା ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନି, ସ୍ପେନ୍, ଇଂଲଣ୍ଡ୍ ଏବଂ ଜାପାନର ପତାକା ମଧ୍ୟ ମ୍ୟାଟର୍‌ହର୍ଣ୍ଣ ପର୍ବତରେ ପ୍ରତିଫଳିତ ହୋଇଛି।

ସେ କହନ୍ତି: ମାନବଜାତି ଆସିବା ପୂର୍ବରୁ ଏଠି ମ୍ୟାଟର୍‌ହର୍ଣ୍ଣ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe