ପୁଣି ଫେରିଲା କୋଭିଡ୍‌ ୧୯: ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଥରେ ଭୟର ଆତଙ୍କ ଖେଳାଇଛି କରୋନା ଭାଇରାସ୍‌। ସରକାରୀ ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ଭାରତରେ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ମେ ମାସ ୧୨ ତାରିଖ ପରଠାରୁ କେରଳରେ ସର୍ବାଧିକ ୬୯ ଜଣ ମାମଲା ରିପୋର୍ଟ ହୋଇଛି।

  bmhj, mn

ନୂଆଦିଲ୍ଳୀ: ଦେଶରେ ପୁଣି ଥରେ ଭୟର ଆତଙ୍କ ଖେଳାଇଛି କରୋନା ଭାଇରାସ୍‌। ସରକାରୀ ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ଭାରତରେ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। 

ମେ ମାସ ୧୨ ତାରିଖ ପରଠାରୁ କେରଳରେ ସର୍ବାଧିକ ୬୯ ଜଣ ମାମଲା ରିପୋର୍ଟ ହୋଇଛି। ଏହାସହିତ ମହାରାଷ୍ଟ୍ରରୁ ୪୪,  ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୮, ଗୁଜରାଟରୁ ୬, ଦିଲ୍ଲୀରୁ ୩, ହରିୟାଣା, ରାଜସ୍ଥାନ ଏବଂ ସିକିମରୁ ଗୋଟିଏ ଲେଖାଏ ମାମଲା ଚିହ୍ନଟ ହୋଇଛି। 

ମୁମ୍ବାଇରେ କିଙ୍ଗ ଏଡୱାର୍ଡ ମେମୋରିଆଲ୍ (କେଇଏମ୍‌) ହସ୍ପିଟାଲରେ ଦୁଇଟି ମରୋନା ଜନିତ ମୃତ ମାମଲା ରିପୋର୍ଟ ହୋଇଛି।

ଏପଟେ ଥାଇଲାଣ୍ଡ, ସିଙ୍ଗାପୁର ଏବଂ ହଂକଂ ସମେତ ଦକ୍ଷିଣ-ପୂର୍ବ ଏସିଆରେ ନୂତନ କୋଭିଡ୍‌-୧୯ ଲହର ଦେଖାଦେଇଛି। ମେ ମାସର ପ୍ରାରମ୍ଭରେ, ସିଙ୍ଗାପୁରରେ ୧୪ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା। ସେହିପରି ହଂକଂ ଏବଂ ଥାଇଲ୍ୟାଣ୍ଡ‌ରେ ମଧ୍ୟ ତୁଳନାତ୍ମକ ଭାବେ ଅଧିକ ମାମଲା ଚିହ୍ନଟ ହୋଇଛି।

ସିଙ୍ଗାପୁରରେ ସାପ୍ତାହିକ ସଂକ୍ରମଣ ୨୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏପ୍ରିଲ ଶେଷ ଭାଗରେ ୧୧, ୧୦୦ ମାମଲା ଚିହ୍ନଟ ‌ହୋଇଥିବା ବେଳେ ମେ ମାସର ପ୍ରଥମ ସପ୍ତାହରେ ୧୪,୨୦୦ ହୋଇଛି।

ସେହିପରି ହଂକଂରେ ମେ ମାସର ପ୍ରଥମ ସପ୍ତାହରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ବର୍ଷକ ମଧ୍ୟରେ କୋଭିଡ୍‌-୧୯ ଜନୀତ ମୃତ୍ୟୁସଂଖ୍ୟାରୁ ଢେର୍‌ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe