ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ: ଆଜିଠୁ ସମଗ୍ର ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ଟିକା

Advertisment
ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ: ଆଜିଠୁ ସମଗ୍ର ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ଟିକା

Image Courtesy of Zee News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୮ରୁ ୪୪ ବର୍ଷ ବୟସବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ।

କିନ୍ତୁ, ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟ ସରକାର ଆଜି ଟିକାକରଣ କେନ୍ଦ୍ରଗୁଡ଼ିକରେ ଧାଡ଼ି ନ ବାନ୍ଧିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ୧୮ରୁ ୪୪ ବର୍ଷ ବୟସ୍କ ବର୍ଗର ନାଗରିକମାନଙ୍କୁ ଦିଆଯିବା ନିମନ୍ତେ ଯଥେଷ୍ଟସଂଖ୍ୟକ ଟିକା ନାହିଁ। ତେଣୁ, ଏ ମାସର ଅନ୍ୟ କୌଣିସ ତାରିଖରେ ସେମାନେ ଏହି ଅଭିଯାନ ଆରମ୍ଭ କରିବେ। ଏହାଛଡ଼ା, ବଛା ବଛା କେତୋଟି ଜିଲ୍ଲାରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ ବୋଲି କେତେକ ରାଜ୍ୟ ମଧ୍ୟ ଘୋଷଣା କରିଛନ୍ତି।

publive-image Image Courtesy of India Today

ସେହିଭଳି, ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍ କହିଛି ଯେ, ସୀମିତସଂଖ୍ୟକ ଟିକା ଥିବାରୁ ଆଜି ମାତ୍ର ୫ଟି କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହେବ। କେରଳରେ ମଧ୍ୟ ଆଜି ଏହି ଟିକାକରଣ ଅଭିଯାନ ଆରମ୍ଭ ‌ନ ହେବାର ଆଶଙ୍କା ଅଛି ବୋଲି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe