ଆଜିଠୁ ମଣିଷ ଶରୀରରେ କରୋନା ଟିକାର ପରୀକ୍ଷା

ଗବେଷଣାରେ ଭାରତୀୟ କଂପାନି ସମେତ ୭ଟି ସଂସ୍ଥା ନିୟୋଜିତ

ଆଜିଠୁ ମଣିଷ ଶରୀରରେ କରୋନା ଟିକାର ପରୀକ୍ଷା

Economic Times

ଲଣ୍ଡନ : ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ଅଟକାଇବା ଲାଗି ବିଶ୍ବ୍ୟବ୍ୟାପୀ ଉଦ୍ୟମ ଚାଲିଛି। ଗତ ଡିସେମ୍ବର ମାସରୁ ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀକୁ ରୋକିବା ଲାଗି ଏ ପର୍ଯ୍ୟନ୍ତ କୌଣସି ଟିକା ବାହାରି ପାରିନାହିଁ। ତେବେ ଟିକା ପାଇଁ ବିଭିନ୍ନ ସଂସ୍ଥା ଦ୍ବାରା ଦିନରାତି ଗବେଷଣା ଚାଲିଥିବା ବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏକ ଟିମ୍ ଏ ଦିଗରେ ଆଗେଇଥିବାର ଖବର ମିଳିଛି।

ଏହି ଟିମ୍‌ର ମୁଖ୍ୟ ତଥା ବିଶ୍ବିବିଦ୍ୟାଳୟର ପ୍ରଫେସର ଆଡ୍ରିଆନ୍‌ ହିଲ୍ ଏହି ସୂଚନା ଦେଇ ଆଜି କହିଛନ୍ତି ଯେ ଏହି ଗେବଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ମନୁଷ୍ୟ ଦେହରେ ଏହାର ପ୍ର‌େୟାଗ କରାଯାଇ ପରୀକ୍ଷା କରାଯିବ। ଏଥିଲାଗି ୫୧୦ ଜଣ ବ୍ୟକ୍ତି ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ଦେହରେ ଏହାର ପ୍ରୟୋଗ କରାଯିବ। ତେବେ ଏଥିପାଇଁ ଅନେକ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି ପରୀକ୍ଷା ସଫଳ ହେଲେ ଅଳ୍ପ କେତେ ମାସ ଭିତରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ‌େସ ଆଶା ପ୍ରକାଶ କରିଛନ୍ତି।

ଏହି ଗବେଷଣାରେ ବିଶ୍ବର ୭ଟି କଂପାନି ସାମିଲ ହୋଇଛନ୍ତି। ଏଥିରେ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ରହିଛି। ସେ ଆହୁରି କହିଛନ୍ତି ଯେ ଯେଉଁ ‌ଜ୍ଞାନକୌଶଳ ଦ୍ବାରା ଏହି ଟିକା ପ୍ରସ୍ତୁତ କରାଯାଇଛି ତାହା ଅତୀତରେ ସଫଳ ହୋଇଛି। ଏଥର ମଧ୍ୟ ସଫଳ ହେବ ବୋଲି ତାଙ୍କର ଆଶା ରହିଛି। ଏହି ପରୀକ୍ଷା ସଫଳ ‌େହଲେ ଦୁଇ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଡୋଜ୍ ତିଆରି କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe