ପରୀକ୍ଷଣରୁ ମଡର୍ଣ୍ଣାର କୋଭିଡ୍‌ ଟିକା ନିରାପଦ ପ୍ରମାଣିତ

Advertisment
ପରୀକ୍ଷଣରୁ ମଡର୍ଣ୍ଣାର କୋଭିଡ୍‌ ଟିକା ନିରାପଦ ପ୍ରମାଣିତ

Zee News

ଚିକାଗୋ : ଆମେରିକୀୟ ଭେଷଜ କମ୍ପାନି ମଡର୍ଣ୍ଣା ଦ୍ବାରା ପ୍ରସ୍ତୁତ ଏକ କୋଭିଡ୍-୧୯ ଟିକାର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରୁ ତାହା ନିରାପଦ ରହିବା ସହ ତାହାର ରୋଗ ପ୍ରତିରୋଧ ପ୍ରତିକ୍ରିୟା ଆଶାନୁରୂପ ରହିଥିବା ଜଣାଯାଇଛି। ଆମେରିକାର ଜାତୀୟ ବିକାର ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନ(ଏନ୍‌ଆଇଏଆଇଡି) ପକ୍ଷରୁ ପରୀକ୍ଷାମୂଳକ ଭାବେ ବିକଶିତ ଏମ୍‌ଆର୍‌ଏନ୍‌ଏ-୧୨୭୩ ନାମକ ଏହି ଟିକାର ମାନବୀୟ ପରୀକ୍ଷଣରେ ମୋଟ ୪୫ ଜଣ ସୁସ୍ଥ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ସମସ୍ତଙ୍କର ସ୍ବାସ୍ଥ୍ୟ ଠିକ୍‌ ରହିବା ସହ କାହାଠାରେ ଗୁରୁତର ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇନାହିଁ। ଏପରିକି ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଉକ୍ତ ଟିକାର ଅଧିକ ମାତ୍ରା ପ୍ରୟୋଗ କରାଯାଇଥିଲା, ସେମାନଙ୍କ ଠାରେ ଉଚ୍ଚସ୍ତରର ଭୂତାଣୁପ୍ରତିରୋଧୀ ଶକ୍ତି ସୃଷ୍ଟି ହୋଇଥିବା ଜଣାଯାଇଛି। ଅବଶ୍ୟ ଅଧିକ ମାତ୍ରା ନେଇଥିବା ଅଧିକାଂଶ ସ୍ବେଚ୍ଛାସେବୀ ସାମାନ୍ୟ ମୁଣ୍ଡବିନ୍ଧା, ଜଳାପୋଡ଼ା ଏବଂ ଟିକା ନେଇଥିବା ସ୍ଥାନରେ ଫୁଲିଯିବା ପରି ଲକ୍ଷଣ ଦେଖାଇଥିବା ବେଳେ ତାହା କ୍ଷଣସ୍ଥାୟୀ ବୋଲି କୁହାଯାଇଛି। ତେବେ ଅଳ୍ପ ମାତ୍ରା ନେଇଥିବା ସ୍ବେଚ୍ଛାସେବୀଙ୍କ ଠାରେ କୌଣସି ପ୍ରକାର ଅବିଗୁଣ ଦେଖାଯାଇନଥିଲା ବୋଲି ଏନ୍‌ଆଇଏଆଇଡିର ନିର୍ଦ୍ଦେଶକ ଡା. ଆନ୍ଥୋନି ଫୌସି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe