ରୁଷ୍‌ର ଦାବି: ସ୍ପୁଟ୍‌ନିକ୍-୫ ଟିକା କରୋନାଭାଇରସ୍‌ ବିପକ୍ଷରେ ୯୨% ଫଳପ୍ରଦ

Advertisment
ରୁଷ୍‌ର ଦାବି: ସ୍ପୁଟ୍‌ନିକ୍-୫ ଟିକା କରୋନାଭାଇରସ୍‌ ବିପକ୍ଷରେ ୯୨% ଫଳପ୍ରଦ

Image Courtesy of India Today

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷାରେ ରୁଷୀୟ କୋଭିଡ୍‌-୧୯ ନିରୋଧୀ ଟିକା ‘ସ୍ପୁଟ୍‌ନିକ୍‌-୫’ ୯୨% ଫଳପ୍ରଦ ହୋଇଛି ବୋଲି ବୁଧବାର ଦିନ ‘ରସିଆନ୍‌ ଡାଇରେକ୍ଟ୍‌ ଇନ୍‌ଭେ‌ଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌’ (ଆର୍‌ଡିଆଇଏଫ୍‌) କହିଛି। ପ୍ରଥମ ମଧ୍ୟବର୍ତ୍ତୀକାଳୀନ ତଥ୍ୟ ବି‌ଶ୍ଳେଷଣରୁ ଏହା ଜଣାପଡ଼ିଛି।

ରୁଷ୍‌ରେ ୧୬ ହଜାର ସାଧାରଣ ନାଗରିକଙ୍କୁ ‘ସ୍ପୁଟ୍‌ନିକ୍-୫’ ଟିକାର ଦୁଇଟି ଡୋଜ୍‌ ଦିଆଯାଇଥିଲା। ସମ୍ପୃକ୍ତ ନାଗରିକମାନ ସ୍ବାସ୍ଥ୍ୟାବସ୍ଥା ପର୍ଯ୍ୟବେକ୍ଷଣ କରାଯିବା ପରେ ଜଣାପଡ଼ିଛି ଯେ, ଏହି ଟିକା ୯୨%ରୁ ଫଳପ୍ରଦ। ପରୀକ୍ଷା ସମୟରେ ମଧ୍ୟ କୌଣସି ପ୍ରତିକୂଳ ଘଟଣା ଘଟିନାହିଁ। ଟିକା ନେଇଥିବା ସ୍ବେଚ୍ଛାସେବୀମାନଙ୍କର ସ୍ବାସ୍ଥ୍ୟାବସ୍ଥାର ଏବେ ମଧ୍ୟ ପର୍ଯ୍ୟବେକ୍ଷଣ ଚାଲିଛି।

publive-image Image Courtesy of Mint

ଗତ ଅଗଷ୍ଟ ମାସରେ ବିଶ୍ବର ପ୍ରଥମ ଦେଶ ଭାବେ ରୁଷ୍‌ କୋଭିଡ୍‌-୧୯ ଟିକା ପଞ୍ଜିକରଣ କରିଥିଲା। ସମ୍ପ୍ରତି ବେଲାରୁସ୍‌, ୟୁଏଇ, ଭେନିଜୁଏଲା ଏବଂ ଅନ୍ୟାନ୍ୟ ଦେଶରେ ଅନୁମୋଦନ ପାଇବା ପରେ ଗାମାଲେୟା ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ବିକଶିତ ‘ସ୍ପୁଟ୍‌ନିକ୍‌-୫’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହାଛଡ଼ା ମସ୍କୋରେ ମଧ୍ୟ ଏହି ଟିକାର ବ୍ୟାପକ ପରୀକ୍ଷା ଚାଲିଛି। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୪୦, ୦୦୦ ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ।

‘ଆର୍‌ଡିଆଇଏଫ୍‌’ ମୁଖ୍ୟ କିରିଲ୍‌ ଡିମିନ୍‌ତ୍ରିଏଭ୍‌ କହିଛନ୍ତି, ଆମ ଟିକା ଖୁବ୍‌ ଫଳପ୍ରଦ ବୋଲି ଆମେ ତଥ୍ୟ ଆଧାରେ କହୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe