ଭାରତରେ ସ୍ପୁଟ୍ନିକ୍ ଭି ଟିକା ଉତ୍ପାଦନ ଆରମ୍ଭ

Advertisment
ଭାରତରେ ସ୍ପୁଟ୍ନିକ୍ ଭି ଟିକା ଉତ୍ପାଦନ ଆରମ୍ଭ

ndtv.com

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେଲା ସ୍ପୁଟ୍ନିକ୍ ଭି ଟିକା ଉତ୍ପାଦନ | ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ସହ ମିଶି ଘରୋଇ କମ୍ପାନି ପାନାସିଆ ବାୟୋଟେକ୍ ଭାରତରେ ସ୍ପୁଟ୍ନିକ୍ ଭି କରୋନା ଟିକା ଉତ୍ପାଦନ ଆରମ୍ଭ କରିଛି। ଏପ୍ରିଲରେ କରିଥିବା ଘୋଷଣା ଅନୁସାରେ ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (ଆରଡିଆଇଏଫ) ଏବଂ ପାନାସିଆ ବାୟୋଟେକ୍ ଭାରତରେ ବର୍ଷକୁ ସ୍ପୁଟ୍ନିକ୍ ଭି ୧୦୦ ମିଲିୟନ୍ ଡୋଜ ଉତ୍ପାଦନ କରିବେ |

ଆରଡିଆଇଏଫ ଏବଂ ପାନାସିଆ ବାୟୋଟେକ୍ ଜାରି କରିଥିବା ବିବୃତ୍ତିରେ କୁହାଯାଇଛି ଯେ, ହିମାଚଳପ୍ରଦେଶର ବାଡି ସ୍ଥିତ ପାନାସିଆ ବାୟୋଟେକରେ ଉତ୍ପାଦିତ କରୋନା ଟିକାର ପ୍ରଥମ ବ୍ୟାଚ୍ “ଗୁଣବତ୍ତା ନିୟନ୍ତ୍ରଣ” ପାଇଁ ରୁଷର ଗାମେଲିଆ କେନ୍ଦ୍ରକୁ ପଠାଯିବ। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ପାଦନ ଆରମ୍ଭ ହେବା ନେଇ ବିବୃତ୍ତିରେ କୁହାଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ମାସ କୁହାଯାଇନାହିଁ |

sputnik v vaccine: COVID-19: Sputnik V production starts in India; 100  million doses to be produced annually - The Economic Times The Economic Times

ଦେଶରେ ଏବେ କରୋନା ଟିକାର ଅଭାବ ଦେଖା ଦେଇଥିବା ବେଳେ ସ୍ପୁଟ୍ନିକ୍ ଭି ଆସିବା ପରେ ଏହା କେତେକାଂଶରେ ଦୂର ହେବା ବୋଲି ଆଶା କରାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe