Image Courtesy of Business Today
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ପ୍ରସ୍ତୁତ କରିଥିବା କୋଭିଡ୍-୧୯ ଟିକା ଭାରତରେ ଡୋଜ୍ ପିଛା ମୂଲ୍ୟ ୧୦୦୦ ଟଙ୍କା ଭିତରେ ରହିବ ବୋଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବର ସର୍ବବୃହତ୍ ଟିକା ନିର୍ମାତା ଅଗଷ୍ଟ ମାସରେ ଭାତରେ ୪୦୦୦ ରୁ ୫୦୦୦ ସ୍ବେଚ୍ଛାସେବୀଙ୍କୁ ନେଇ କୋଭିଡ୍-୧୯ ଟିକାର ତୃତୀୟ ପର୍ଯ୍ୟାୟ ମାନିବୀୟ ନୈଦାନିକ ପରୀକ୍ଷା ଆରମ୍ଭ କରିବ।
ସୋମବାର ଦିନ ଏହି ଟିକାର ପ୍ରାଥମିକ ପରୀକ୍ଷା ଫଳାଫଳ ସମ୍ବନ୍ଧରେ ‘ଲାନ୍ସେଟ୍ ମେଡିକାଲ୍ ଜର୍ଣ୍ଣାଲ୍’ରେ ପ୍ରକାଶ ପାଇଥିଲା। ପ୍ରସ୍ତୁତ ହୋଇଯିବା ପରେ ଏହି ଟିକା ଭାରତରେ ଉତ୍ପାଦନ ନିମନ୍ତେ ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍’କୁ ଚୟନ କରିଛନ୍ତି।
Image Courtesy of The New Indian Expressସିରମ୍ ଇନ୍ଷ୍ଟିଚ୍ୟୁଟ୍ର ପରବର୍ତ୍ତୀ କାର୍ଯ୍ୟଧାରା ଉପରେ ଆଲୋକପାତ କରି ପୁନାୱାଲା କହିଲେ ଯେ, ଦେଶରେ ଏହି କୋଭିଡ୍-୧୯ ଟିକା ପରୀକ୍ଷା କରାଇବାକୁ ଅନୁମତି ପାଇଁ ଭାରତ ସରକାରଙ୍କୁ ଆବେଦନ କରିବାର ଦୁଇ ସପ୍ତାହ ମଧ୍ୟରେ ଅନୁମୋଦନ ପାଇଯିବେ ବୋଲି ତାଙ୍କର ଆଶା।
କୋଭିଡ୍-୧୯ ଟିକା ପରୀକ୍ଷା ନିମନ୍ତେ ଅନୁମତି ପାଇଁ ସପ୍ତାହେ ମଧ୍ୟରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଆବେଦନ କରିବ ବୋଲି ସୋମବାର ଦିନ ସେ କହିଥିଲେ। ଟିକାର ମୂଲ୍ୟ ବାବଦରେ ସେ କହିଥିଲେ କି, ଭାରତ ସମେତ ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ଦେଶଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକାର ଡୋଜ୍ପିଛା ମୂଲ୍ୟ ୧୦୦୦ ଟଙ୍କା ମଧ୍ୟରେ ସୀମିତ ରଖିବାକୁ ବିଚାର କରୁଛି।
ଏଥିସହ ସେ ଆଶା କରିଛନ୍ତି ଯେ, ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ଦେଶର ସରକାରମାନେ ଏହି ଟିକା କିଣି ଲୋକମାନଙ୍କୁ ମାଗଣାରେ ଯୋଗାଇ ଦେବେ।
Follow Us