୨୫୦ ଟଙ୍କାରେ କୋଭିଡ୍‌ ଟିକା

Advertisment

ଘରୋଇ ମେଡିକାଲ୍‌ରେ ମିଳିବ, ଦର ନିର୍ଦ୍ଧାରଣ କଲା କେନ୍ଦ୍ର

ଘରୋଇ ମେଡିକାଲ୍‌ରେ ମିଳିବ, ଦର ନିର୍ଦ୍ଧାରଣ କଲା କେନ୍ଦ୍ର

କୋଭିଡ଼ ଟିକା ସଂପର୍କିତ ଶୁଣାକଥା ବନାମ ବାସ୍ତବତା

shethepeople.tv

ନୂଆଦିଲ୍ଲୀ : ଆସନ୍ତା ୧ ତାରିଖରୁ ଦେଶରେ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ସମେତ ୪୫ ବର୍ଷରୁ ଅଧିକ ବୟସର ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ସରକାରୀ ଟିକା କେନ୍ଦ୍ରମାନଙ୍କରେ ଏହା ମାଗଣାରେ ମିଳିବାକୁ ଥିବା ବେଳେ ଘରୋଇ ଡାକ୍ତରଖାନା ମାନଙ୍କରେ ହିତାଧିକାରୀମାନେ ୨୫୦ ଟଙ୍କା ଦେଇ ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତ। ପୂର୍ବରୁ ଏ ସଂକ୍ରାନ୍ତ ଘୋଷଣା ହୋଇଥିଲେ ମଧ୍ୟ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ, ସେ ସଂକ୍ରାନ୍ତ କିଛି ସୂଚନା ନଥିଲା।

ଶନିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଟିକାର ଗୋଟିଏ ମାତ୍ରା (ଡୋଜ୍) ପିଛା ସର୍ବାଧିକ ୨୫୦ ଟଙ୍କା ପର୍ଯ୍ୟନ୍ତ ହିଁ ନିଆଯାଇ ପାରିବ। ଏଥିରୁ ୧୦୦ ଟଙ୍କା ଟିକାକରଣ ବାବଦରେ ଏବଂ ୧୫୦ ଟଙ୍କା ଟିକା ଖର୍ଚ୍ଚ ବାବଦରେ ନିଆଯାଉଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ଗତକାଲି ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ସିଇଓ ଓ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏହି ମର୍ମରେ ଆଲୋଚନା ହୋଇଥିଲା ଏବଂ ଆଜି ଆନୁଷ୍ଠାନିକ ଭାବେ କେନ୍ଦ୍ର ସରକାର ଏ ବାବଦ ଘୋଷଣା କରିଛନ୍ତି। ଆସନ୍ତା ୧ ତାରିଖରୁ ୧୦ ହଜାର ସରକାରୀ ଏବଂ ୨୦ ହଜାରରୁ ଅଧିକ ଘରୋଇ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ଏବଂ ଏହି ପ୍ରକ୍ରିୟାରେ ୨୭ କୋଟି ଲୋକଙ୍କ ଟିକାକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe