କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି ହୋଇଥିବାର ପ୍ରମାଣ ରଖିଥିବା ଦାବି କଲେ ଚୀନ୍ ଭୂତାଣୁବିତ୍

Advertisment
କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି ହୋଇଥିବାର ପ୍ରମାଣ ରଖିଥିବା ଦାବି କଲେ ଚୀନ୍ ଭୂତାଣୁବିତ୍

Image Courtesy of The Sentinel Assam

ନୂଆଦିଲ୍ଲୀ: କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି ହୋଇଥିବା କଥା ଚୀନ୍‌ର ଜଣେ ଭୂତାଣୁବିତ୍ କହିଛନ୍ତି। ତାଙ୍କ ପାଖରେ ଏହାର ପ୍ରମାଣ ଅଛି ବୋଲି ମଧ୍ୟ ସେ ଦାବି କରିଛନ୍ତି।

ଲି-ମେଙ୍ଗ୍ ୟାନ୍ ନାମ୍ନୀ ସେ ଭୂତାଣୁବିତ୍ ଏହି ଗୁପ୍ତ ତଥ୍ୟ ପ୍ରଘଟ କରିବା ପରେ ପରେ ଚୀନ୍‌ରୁ ଖସି ପଳାଇଥିଲେ। ସେ ଦାବି କରିଛନ୍ତି ଯେ, ମାରାତ୍ମକ କରୋନାଭାଇରସ୍ ଆମିଷ ବଜାର ନୁହେଁ, ଊହାନ୍ ସହରରେ ଥିବା ଭାଇରୋଲୋଜି ଲ୍ୟାବ୍‌ରେ ତିଆରି ହୋଇଥିବା ପ୍ରମାଣ ସେ ରଖିଛନ୍ତି। ୟୁ ଟ୍ୟୁବ୍‌ରେ ରିଲିଜ୍ ହୋଇଥିବା ଭିଡିଓରେ ସେ କହିଛନ୍ତି ଯେ, ଏହାର ଜେନୋମ୍ ଅନୁକ୍ରମ ମାନବର ଟିପଚିହ୍ନ ପରି।

ଲି-ମେଙ୍ଗ୍ ୟାନ୍ ଚୀନ୍‌ ସରକାରଙ୍କ ଏହି ଗୋପନ କଥା ପ୍ରଘଟ କରିବା ସମୟରେ ହଙ୍ଗ୍‌କଙ୍ଗ୍‌ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ରେ ଜଣେ ବୈଜ୍ଞାନିକା ଭାବେ କାର୍ଯ୍ୟରତ ଥିଲେ ବୋଲି ‘ଆଇଟିଭି’ର ‘ଲୁଜ୍ ୱିମିନ୍’ କହିଛି। ଲି ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ସର୍ବସାଧାରଣାଙ୍କୁ ସତର୍କ କରାଇବା ପୂର୍ବରୁ ଚୀନ୍ ସରକାର ଭୂତାଣୁ ସଂକ୍ରମଣ କଥା ଜାଣିଥିଲେ। ଲି କହନ୍ତି, ନିଜ ସୁରକ୍ଷା ନିମନ୍ତେ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲିଆସିଥିଲେ। ଏବେ ସେ ଏହି ଗୁପ୍ତ କଥାକୁ ସମଗ୍ର ବିଶ୍ବରେ ପ୍ରଚାର କରିବେ ବୋଲି ବଦ୍ଧପରିକର।

publive-image Image Courtesy of India Today

କୌଣସି ଏକ ଗୁପ୍ତ ସ୍ଥାନରୁ ସେ ‘ଲୁଜ୍‌ ୱିମିନ୍’ ଆଲୋଚନାରେ ଯୋଗ ଦେଇ କହିଥିଲେ, ହଙ୍ଗ୍‌କଙ୍ଗ୍‌ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ରେ କାମ କରିବା ସମୟରେ ଡିସେମ୍ବର ୩୧ ତାରିଖରେ ଊହାନ୍‌ରେ ବ୍ୟାପୀଥିବା ‘ସାର୍ସ ଭଳି ଭାଇରସ୍’ ଉପରେ ତଦନ୍ତ କରିବାକୁ ପ୍ରଥମେ ତାଙ୍କ ସୁପରଭାଇଜର୍ ତାଙ୍କୁ କହିଥିଲେ। କିନ୍ତୁ, ପରେ ଲି’ଙ୍କ ଗବେଷଣାକୁ ପ୍ରକାଶ କରାଇ ଦିଆଯାଇ ନ ଥିଲା ଏବଂ ନିରବ ରହିବାକୁ କୁହାଯାଇଥିଲା।

ଏକ ଆଲେଖ୍ୟରେ ଲି କହିଛନ୍ତି, ଏହି ତଦନ୍ତ ରିପୋର୍ଟ ଆଧାରରେ ଆପଣମାନେ ପ୍ରକୃତ ବିଷୟ ଜାଣିପାରିବେ। ଚୀନ୍‌ ଲ୍ୟାବ୍‌ରୁ ଏହି ଭୂତାଣୁ କିପରି ଆସିଛି ଲୋକମାନଙ୍କୁ ଜଣାଇବାକୁ ମୁଁ ଏହି ପ୍ରମାଣକୁ ବ୍ୟବହାର କରିବି। ଜୀବ ବିଜ୍ଞାନରେ ଜ୍ଞାନ ନ ଥିବା ଲୋକେ ବି ଏହାକୁ ପଢ଼ି ପାରିବେ ଏବଂ ନିଜେ ଯାଞ୍ଚ କରି ଚିହ୍ନଟ କରିବା ସହ ପାର୍ଥକ୍ୟ ଜାଣିପାରିବ‌େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe