ମାତ୍ର ୫୦ ଦିନ ରହିପାରେ କୋଭିଡ୍-୧୯ ଆଣ୍ଟିବଡ଼ି: ଅଧ୍ୟୟନ

ମାତ୍ର ୫୦ ଦିନ ରହିପାରେ କୋଭିଡ୍-୧୯ ଆଣ୍ଟିବଡ଼ି: ଅଧ୍ୟୟନ

Image Courtesy of The Times of India

ମୁମ୍ବାଇ: କୋଭିଡ୍-୧୯ ଆଣ୍ଟିବଡ଼ି ଦୁଇ ମାସରୁ ଅଧିକ ଦିନ ରହି ନ ପାରେ ବୋଲି ‘ଜେ ଜେ ଗ୍ରୁପ୍‌ ଅଫ୍ ହସ୍‌ପିଟାଲ୍ସର ସଂକ୍ରମିତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଏହି ଅଧ୍ୟୟନର ମୁଖ୍ୟ ରଚୟିତା ଡାକ୍ତର ନିଶାନ୍ତ କୁମାର କହନ୍ତି,  ‘ଜେ‌ଜେ’, ‘ଜିଟି’ ଏବଂ ‘ସେଣ୍ଟ୍‌ ଜର୍ଜସ୍ ହସ୍ପିଟାଲ୍‌’ର ୮୦୧ଜଣ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଉପରେ ଅଧ୍ୟୟନ କରିଥିଲୁ। ସେମାନଙ୍କ ମଧ୍ୟରେ ବିଳମ୍ବତ ଏପ୍ରିଲ୍ ଓ ମେ ପ୍ରାରମ୍ଭର ସାତ ସପ୍ତାହ ପୂର୍ବରୁ ‘ଆର୍‌ଟି-ପିସିଆର୍‌’ରରେ କୋଭିଡ୍‌ ପଜିଟିଭ୍ ହୋଇଥିବା ୨୮ଜଣ ସାମିଲ ହୋଇଥିଲେ।

ଜୁନ୍ ମାସରେ ହୋଇଥିବା ସର୍ଭେରେ ଏହି ୨୮ଜଣଙ୍କ ମଧ୍ୟରେ କାହାରି ଦେହରେ ଆଣ୍ଟିବଡ଼ି ଦେଖାଯାଇ ନ ଥିଲା ବୋଲି ଏହି ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଯଥାକ୍ରମେ ତିନି ସପ୍ତାହ ଏବଂ ପାଞ୍ଚ ସପ୍ତାହ ପୂର୍ବରୁ ‘ପିସିଆର୍’ କୋଭିଡ୍ ପଜିଟିଭ୍ ଆସିଥିବା ‘ଜେଜେ ହସ୍‌ପିଟାଲ୍‌ ସେରୋ ସର୍ଭେରେ ୩୪ ଜଣ ସ୍ବାସ୍ଥ୍ୟ ସେବାକର୍ମୀ ଥିଲେ। ସେମାନଙ୍କ ମଧ୍ୟରୁ ତିନି ସପ୍ତାହ ଗ୍ରୁପ୍‌ର ୯୦%ଙ୍କ ଦେହରେ ଆଣ୍ଟିବଡ଼ି ଥିବା ବେଳେ ୫ ସପ୍ତାହରୁ କମ୍ ଗ୍ରୁପ୍‌ରେ ଅଧାରୁ କମ୍‌ ଜଣଙ୍କ (୩୮.୫%) ଠାରେ ଆଣ୍ଟିବଡ଼ି ଥିଲା ବୋଲି ଡାକ୍ତର କୁମାର କହିଛନ୍ତି।

publive-image Image Courtesy of tv9bharatvarsh

ନୂତନ ଭାବେ ବିକଶିତ ହୋଇଥିବା କୋଭିଡ୍-୧୯ ଟିକାର ଭାରତରେ ନୈଦାନିକ ପରୀକ୍ଷା ଏବଂ ହଙ୍ଗ୍‌କଙ୍ଗ୍‌ରେ କୋଭିଡ୍ ପୁନଃସଂକ୍ରମଣ ଜଣାପଡ଼ିବା ପରେ ସମ୍ପ୍ରତି ଆଣ୍ଟିବଡ଼ି ପ୍ରସଙ୍ଗ ଆଲୋଚ୍ୟ ବିଷୟ ହୋଇଛି। ଆଣ୍ଟିବଡ଼ି ହିଁ ଥରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ବାରମ୍ବାର ସଂକ୍ରମିତ ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କୁ ସଂକ୍ରମିତ ହେବାରୁ ସୁରକ୍ଷା ଦେଇଥାଏ।

ଉକ୍ତ ସର୍ଭେକୁ ଆହୁରି ବିଶ୍ଳେଷଣ କଲେ ଜଣାପଡୁଛି ଯେ, ଆଣ୍ଟିବଡ଼ି ଖୁବ୍ ଶୀଘ୍ର ନଷ୍ଟ ହୋଇ ଯାଉଛି। ପୂର୍ବରୁ ବିଶ୍ବବ୍ୟାପୀ ହୋଇଥିବା ଅଳ୍ପ କେତେକ ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ, ତିନି ସପ୍ତାହ ମଧ୍ୟରେ ଆଣ୍ଟିବଡ଼ି ଶୀର୍ଷରେ ରହୁଛି। ତା’ ପରେ ଆଣ୍ଟିବଡ଼ି ନଷ୍ଟ ହୋଇଯାଉଛି। ତେଣୁ, ଗବେଷକ ଦଳ କହିଛନ୍ତି ଯେ, ଗୋଟିଏ ଡୋଜ୍ ଅପେକ୍ଷା ଲୋକମାନଙ୍କୁ ଏକାଧିକ ଟିକା ଡୋଜ୍ ଦିଆଯିବା କଥା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe