୧୦୦ ଟପିଲା ମାଡ୍ରାସ ଆଇଆଇଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Advertisment
ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮ କରୋନା ପଜିଟିଭ ଚିହ୍ନଟ, ୨ ଜଣ ୧୮ ବର୍ଷରୁ କମ୍ ବୟସର

ଚେନ୍ନାଇ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଆଜି ୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଇଆଇଟି ମାଡ୍ରାସରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ରେ ପହଞ୍ଚିଛି। ଆଇଆଇଟିରେ କରୋନା ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ସଚିବ ଡ.ଜେ ରାଧାକୃଷ୍ଣନ୍ ଆଇଆଇଟି ମାଡ୍ରାସ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି |

ସ୍ୱାସ୍ଥ୍ୟ ସଚିବ ଆଇଆଇଟି ମାଡ୍ରାସ କର୍ତ୍ତୃପକ୍ଷଙ୍କୁ ସାମାଜିକ ଦୂରତା ଉପରେ ଦୃଷ୍ଟି ଦେବାକୁ କହିଥିଲେ | ସୂଚନା ଥାଉ କି କୋଭିଡ -୧୯ ସଂକ୍ରମଣର ଚତୁର୍ଥ ଲହରୀକୁ ନେଇ ତାମିଲନାଡୁ ସରକାରଙ୍କ ଚିନ୍ତା ବଢିଛି | ନିକଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏକ ଭର୍ଚୁଆଲ୍ ବୈଠକ କରିଥିଲେ। କୋଭିଡ ନିୟମର ଅନୁପାଳନ ନିଶ୍ଚିତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଆଇଆଇଟି ମାଡ୍ରାସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଡାକ୍ତରମାନେ ମଧ୍ୟ ସଜାଗ ରହିଛନ୍ତି। ଆଇଆଇଟି ମାଡ୍ରାସ ପ୍ରଭାବଶାଳୀ ଢଙ୍ଗରେ କୋଭିଡର ତିନୋଟି ଲହରୀକୁ ମୁକାବିଲା କରିଛି | ସୂଚନା ଥାଉ କି ସମଗ୍ର ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୩ ଜଣ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୪୮୩ ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୬୩୬ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe