ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଟପିଲା

ଦିନକରେ ରେକର୍ଡ ୮୬ ହଜାର ୪୩୨ ସଂକ୍ରମିତ, ୧୦୮୯ ମୃତ୍ୟୁ

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଟପିଲା

image source--financial-express

ନୂଆଦିଲ୍ଲୀ : ଭାରତରେ କୋଭିଡ୍‌ ସଂକ୍ରମଣ ଏବେ ଅତି ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୮୬ ହଜାର ୪୩୨ ନୂଆ ମାମଲା ସାମ୍ନାକୁ ଆସିଛି ଓ ୧୦୮୯ ମୃତ୍ୟୁ ଘଟିଛି। ଭାରତରେ ଏବେ ମୋଟ୍‌ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ରେ ପହଞ୍ଚିଛି। ୪୦ ଲକ୍ଷ ସଂଖ୍ୟା ଅତିକ୍ରମ କରିବାରେ ଭାରତ ବିଶ୍ବରେ ତୃତୀୟ ରାଷ୍ଟ୍ର ପାଲଟିଛି। ଆମେରିକାରେ ସଂକ୍ରମଣ ସଂଖ୍ୟା ୬୨ ଲକ୍ଷ ଓ ବ୍ରାଜିଲ୍‌ରେ ୪୦ ଲକ୍ଷ ୯୨ ହଜାରରେ ପହଞ୍ଚିଛି। ଭାରତରେ ‌ଏବେ କୋଭିଡ୍‌ ମୃତ୍ୟୁସଂଖ୍ୟା ୬୯,୫୬୧ ରେ ପହଞ୍ଚିଛି। ଲଗାତାର ତୃତୀୟ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୮୦ ହଜାରରୁ ଅଧିକ ରହିଛି। ଭାରତରେ ସଂକ୍ରମଣ ମାମଲା ୩୦ରୁ ୪୦ ଲକ୍ଷରେ ପହଞ୍ଚିବାପାଇଁ ମାତ୍ର ୧୩ ଦିନ ଲାଗିଛି। ଅଗଷ୍ଟ ୨୩ରେ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବାବେଳେ ଆଜି ଏହା ୪୦ ଲକ୍ଷ ଅତିକ୍ରମ କରିଯାଇଛି। ମାମଲା ୨୦ ଲକ୍ଷରୁ ୩୦ ଲକ୍ଷରେ ପହଞ୍ଚିବାପାଇଁ ୧୭ ଦିନ ଲାଗିଥିଲା। ଜୁଲାଇ ୩୦ରୁ ପ୍ରାୟ ପ୍ରତିଦିନ ୫୦ ହଜାରରୁ ଅଧିକ ମାମଲା ରହୁଛି। ଜୁଲାଇ ୧୬ରେ ଭାରତରେ ସଂକ୍ରମଣ ମାମଲା ୧୦ ଲକ୍ଷ ଥିଲା ଏବଂ ଏହା ୨୦ ଲକ୍ଷ ଅତିକ୍ରମ କରିବାପାଇଁ ୩ ସପ୍ତାହ ଲାଗିଥିଲା। ଜୁନ୍‌ ୨୬ ତାରିଖରେ ଭାରତରେ ସଂକ୍ରମଣ ମାମଲା ୫ ଲକ୍ଷରେ ପହଞ୍ଚିଥିଲା ଏବଂ ଜୁଲାଇ ୧୬ ବେଳକୁ ଏଥିରେ ଆଉ ୫ ଲକ୍ଷ ଯୋଡ଼ି ହୋଇଯାଇଥିଲା। ଦେଶରେ କରୋନା ସଂକ୍ରମଣ ମାମଲା ୧ରୁ ୧ଲକ୍ଷରେ ପହଞ୍ଚିବାପାଇଁ ୧୧୦ ଦିନ ସମୟ ଲାଗିଥିଲା। ଦେଶରେ ଏବେ କରୋନା ମୃତ୍ୟୁହାର ୧.୭୩%କୁ କମିଛି। ସେପ୍ଟେମ୍ବର ୪ ସୁଦ୍ଧା ୪, ୭୭ ,୩୮,୪୯୧ ‌ନମୁନା ପରୀକ୍ଷା କରାଯାଇଛି। ଗତକାଲି ୧୦, ୫୯,୩୪୬ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe