୩୫ ହଜାର ନୂଆ ମାମଲା, ସକ୍ରିୟ ମାମଲା ୧.୩%

Advertisment
୩୫ ହଜାର ନୂଆ ମାମଲା, ସକ୍ରିୟ ମାମଲା ୧.୩%

ନୂଆଦିଲ୍ଲୀ : ଦେଶରେ ୩୩,୩୪୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୮୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୧୨,୯୩,୦୬୨ ଏବଂ ମୃତ୍ୟୁସଂଖ୍ୟା ୪,୧୯,୪୭୦। ଗତ ୨୪ ଘଣ୍ଟାରେ ଦେଶରେ ୩୮,୭୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୩,୦୪,୬୮,୦୭୯କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ୪,୦୫,୫୧୩। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୩ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୭.୩୬ ପ୍ରତିଶତ।

ଗୁରୁବାର ଦିନ ଦେଶରେ ୧୬,୬୮,୫୬୧ ନମୁନା ପରୀକ୍ଷା ହୋଇଛି। ଦେଶରେ ମୋଟ୍‌ ଟେଷ୍ଟିଂ ସଂଖ୍ୟା ୪୫,୨୯,୩୯,୫୪୫ରେ ପହଞ୍ଚିଛି। ଦୈନିକ ପଜିଟିଭ୍‌ ହାର ୨.୧୪ ପ୍ରତିଶତ ରହିଛି । ଲଗାତାର ୩୨ ଦିନ ଧରି ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଏଯାବତ ଦେଶରେ ୪୨ କୋଟି ୩୪ ଲକ୍ଷରୁ ଅଧିକ ଟିକାକରଣ ସରିଛି। ଦେଶରେ ୨୦ ବର୍ଷରୁ କମ୍‌ ବୟସ ମଧ୍ୟରେ ପ୍ରାୟ ୧୧ ପ୍ରତିଶତ ସଂକ୍ରମଣ ମାମଲା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଲୋକସଭାରେ ସୂଚନା ଦେଇ କହିଛନ୍ତି।

ଅନ୍ୟପକ୍ଷେ ସମଗ୍ର ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୧୯୩,୫୬୯,୩୪୪ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୪,୧୫୪,୭୨୯ ରହିଛି। ଆମେରିକାରେ ସର୍ବାଧିକ ସଂକ୍ରମଣ ମାମଲା (୩୫,୨୧୩,୫୯୪) ଥିବାବେଳେ ଏଠାରେ ମୃତ୍ୟୁସଂଖ୍ୟା ୬୨୬,୧୭୨ ରହିଛି। ବ୍ରାଜିଲ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୧୯,୫୨୪,୦୯୨ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe