ଦେଶବ୍ୟାପୀ ଦ୍ରୁତ ସଂକ୍ରମଣ ଜାରି: ୨୪ ଘଣ୍ଟାରେ ୩.୩୩ ଲକ୍ଷ ମାମଲା, ୫୨୫ ଜଣଙ୍କ କରୋନାରେ ମୃତ୍ୟୁ

Advertisment

ଦିଲ୍ଲୀରେ ରେକର୍ଡ ମୃତ୍ୟୁ, କେରଳ ଓ କର୍ଣ୍ଣାଟକ ସଂକ୍ରମଣ ଚିନ୍ତାଜନକ

ଦିଲ୍ଲୀରେ ରେକର୍ଡ ମୃତ୍ୟୁ, କେରଳ ଓ କର୍ଣ୍ଣାଟକ ସଂକ୍ରମଣ ଚିନ୍ତାଜନକ

ରାଜ୍ୟରେ କରୋନା ସଂକ୍ରମଣ ହାର ୧% ତଳେ

ନୂଆଦିଲ୍ଲୀ : ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ଉପରେ ରହିଛି। ରବିବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୩ ହଜାର ୫୩୩ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଏହି ସମୟ ମଧ୍ୟରେ ୫୨୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଏବେ ସକ୍ରିୟ ରୋଗୀ ସଂଖ୍ୟା ପ୍ରାୟ ୨୨ ଲକ୍ଷ ରହିଛି। ତେବେ ଗତ ୨୪ ଘଣ୍ଟାରେ ୨,୫୯,୧୬୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ସଂକ୍ରମଣ ହାର ବଢ଼ି ଏବେ ୧୭.୭୮ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ମୋଟ ମାମଲାର ୫.୫୭ ପ୍ରତିଶତ ରହିଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୪୧୬ ନୂଆ ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଜୁନ୍‌ ୫ ପରେ ଗୋଟିଏ ଦନରେ ଏହା ସର୍ବାଧିକ କରୋନା ମୃତ୍ୟୁ। ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୬.୩୬ ପ୍ରତିଶତ ରହିଛି। ଅନ୍ୟପକ୍ଷରେ କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁ ସଂକ୍ରମଣ ଚିନ୍ତାଜନକ ହୋଇଛି । କେରଳରେ ସଂକ୍ରମଣ ହାର ୪୪.୮ ପ୍ରତିଶତ ରହିଛି। କେରଳରେ ଗତ ୨୪ ଘଣ୍ଟାରେ ୪୬,୩୮୭ ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ଆଜି ୫୦ ହଜାର ଅତିକ୍ରମ କରିଛି। ତାମିଲନାଡ଼ୁରେ ଏହି ସମୟରେ ୩୦,୭୪୪ ମାମଲା ରିପୋର୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe