୨ ମାସ ପରେ କୋଭିଡ୍‌ ପଜିଟିଭ୍‌ ହାର ୧% ଟପିଲା

Advertisment

ସାପ୍ତାହିକ ସଂକ୍ରମଣରେ ୪୦% ବୃଦ୍ଧି, ଦିଲ୍ଲୀରେ ପଜିଟିଭ୍‌ ହାର ୬% ପାର୍‌

ସାପ୍ତାହିକ ସଂକ୍ରମଣରେ ୪୦% ବୃଦ୍ଧି, ଦିଲ୍ଲୀରେ ପଜିଟିଭ୍‌ ହାର ୬% ପାର୍‌

ବଢୁଛି କରୋନା ସଂକ୍ରମଣ; କାଲି ୧୨ ଥିବା ବେଳେ ଆଜି ରାଜ୍ୟରେ ୧୭ ପଜିଟିଭ୍‌ ଚିହ୍ନଟ

The Financial Express

ନୂଆଦିଲ୍ଲୀ : ଦେଶରେ ଆଜି ୩,୧୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୮୨,୩୪୫ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୨୩,୮୬୯ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଏବେ ୧୯,୫୦୦ ଏବଂ ପଜିଟିଭ୍‌ ହାର ୧.୦୭ ପ୍ରତିଶତ ରହିଛି। ୨ ମାସ ପରେ ଦେଶରେ ଦୈନିକ ପଜିଟିଭ୍‌ ହାର ୧ ପ୍ରତିଶତ ଟପିଛି। ଶେଷଥର ପାଇଁ ଫେବ୍ରୁଆରି ୨୭ରେ ଦେଶରେ ପଜିଟିଭ୍‌ ହାର ୧.୧୧ ପ୍ରତିଶତ ଥିଲା।

ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୦.୭୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ ଏବଂ କରୋନା ଆରୋଗ୍ୟ ହାର ୯୮.୭୪ ପ୍ରତିଶତ। ମୋଟ୍‌ ୪,୨୫,୩୮,୯୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୨୨ ପ୍ରତିଶତ ଅଛି। ଅନ୍ୟପକ୍ଷେ ଦିଲ୍ଲୀରେ ଆଜି ୧୦୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ସକ୍ରିୟ ମାମଲା ୫୭୪୪ ଏବଂ ପଜିଟିଭ୍‌ ହାର ୬.୪୨ ପ୍ରତିଶତ। ଦିଲ୍ଲୀରେ ସଂକ୍ରମଣ ବଢ଼ିବାରୁ ଦିଲ୍ଲୀ ସରକାର ହସ୍ପିଟାଲ୍‌ରେ ବେଡ୍‌ ସଂଖ୍ୟା ବଢ଼ାଇଛନ୍ତି। ଲଗାତାର ୩ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏପ୍ରିଲ ୨୫-ମେ’୧ ସପ୍ତାହରେ ଦେଶରେ ୨୨,୨୦୦ ମାମଲା ରିପୋର୍ଟ କରାଯାଇଛି। ତେବେ ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସଂକ୍ରମଣ ୪୧ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବ ସପ୍ତାହରେ ସଂକ୍ରମଣ ୧୫,୮୦୦ ଥିଲା। କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ିନି। ଦେଶରେ ଟିକାକରଣ ୧୮୯.୨୩ କୋଟି ଟପିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe