ଦିନକରେ ୩,୪୫୧ ସଂକ୍ରମିତ ଚିହ୍ନଟ, ୪୦ ମୃତ

Advertisment
୩ ମାସରେ ସର୍ବନିମ୍ନ; ଦେଶରେ ୪,୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

Jansatta

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଭାରତରେ ୩,୪୫୧ ନୂଆ କୋଭିଡ୍-୧୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ୍‌ ସଂକ୍ରମଣ ସଂଖ୍ୟା ୪,୩୧,୦୨,୧୯୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୦,୬୩୫କୁ ବୃଦ୍ଧି ପାଇଛି। ଏଥି ସହ ଗତ ୨୪ ଘଣ୍ଟାରେ ୪୦ ଜଣଙ୍କର କୋଭିଡ୍-ଜନିତ ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ୩,୦୭୯ ଜଣ ରୋଗୀ ମଧ୍ୟ ଆରୋଗ୍ୟଲାଭ କରିଛନ୍ତି। ଏହାଫଳରେ ମୋଟ ଆରୋଗ୍ୟ ସଂଖ୍ୟା ୪,୨୫,୫୭,୪୯୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୧.୨୨ ପ୍ରତିଶତ ରହିଛି।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୩୩୨ ବୃଦ୍ଧି ଘଟିଛି। ସକ୍ରିୟ ମାମଲା ମୋଟ ସଂକ୍ରମଣର ୦.୦୫ ପ୍ରତିଶତ ରହିଥିବା ବେଳେ ଜାତୀୟ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ହାର ୦.୯୬ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୦.୮୩ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଜାତୀୟ କୋଭିଡ୍-୧୯ ଟିକାକରଣ ଅଭିଯାନରେ ରବିବାର ସକାଳ ୮ଟା ସୁଦ୍ଧା ମୋଟ୍‌ ଟିକାକୃତ ମାତ୍ରା ସଂଖ୍ୟା ୧୯୦.୨୦ କୋଟି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଦେଶରେ ୩,୬୦,୬୧୩ ଜଣଙ୍କର କୋଭିଡ୍ ୯ ପରୀକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe