ଦେଶରେ ପୁଣି ୧୨ହଜାର ନୂଆ ସଂକ୍ରମଣ: ସକ୍ରିୟ ମାମଲା ୬୩ ହଜାର ଟପିଲା

ସୋନପୁରର ଟିପିଆର ରାଜ୍ୟରେ ସର୍ବାଧିକ: ପୁଣି ୧୫% ବଢ଼ିଲା‌ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ପୁଣି ୧୨ ହଜାରରୁ ଅଧିକ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ୧୨,୮୪୭ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୭୦,୫୭୭ରେ ପହଞ୍ଚିଛି ଏବଂ ସକ୍ରିୟ ମାମଲା ୬୩,୦୬୩ ରହିଛି । ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୮୧୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୭,୯୮୫ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୨୬,୮୨,୬୯୭ରେ ପହଞ୍ଚିଛି।

ଦେଶରେ ଦୈନିକ ପଜିଟିଭ୍‌ ହାର ୨.୪୭% ଏବଂ ସାପ୍ତାହିକ ପଜିଟିଭ୍‌ ହାର ୨.୪୧ % ରହିଛି। ଆରୋଗ୍ୟ ହାର ୯୮.୬୫ ପ୍ରତିଶତ ଥିବା ବେଳେ ମୋଟ୍‌ ଟିକାକରଣ ୧୯୫.୬୭ କୋଟିରୁ ଅଧିକ ରହିଛି। ମହାରାଷ୍ଟ୍ରରେ ଶୁକ୍ରବାର ୪,୧୬୫ ନୂଆ ମାମଲା ଚିହ୍ନଟ ହୋଇଛି। କେବଳ ମୁମ୍ବାଇରେ ୨,୨୫୫ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ମହାରାଷ୍ଟ୍ର ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି। ମୁମ୍ବାଇରେ କରୋନା ପଜିଟିଭ୍‌ ହାର ୧୫ ପ୍ରତିଶତ ଟପିଯାଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ଗତ ୧୦ ଦିନରେ ୭ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ଜୁନ୍‌ ୭ରେ ପଜିଟିଭ୍‌ ହାର ୧.୯୨% ଥିବାବେଳେ ଜୁନ୍‌ ୧୫ରେ ଏହା ୭.୦୧%କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe