ଦେଶରେ ପଜିଟିଭ୍‌ ହାର ୪ ପ୍ରତିଶତ ଟପିଲା, ଦିଲ୍ଲୀରେ ୧୦ ପ୍ରତିଶତ ପାର୍‌

Advertisment
କୋଭିଡ ପରବର୍ତୀ ସ୍ବାସ୍ଥ୍ୟ ସମସ୍ୟାର ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି

Moneycontrol

ନୂଆଦିଲ୍ଲୀ  : ଦେଶରେ ସୋମବାର ଦିନ ୧୨,୭୮୧ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୦୯,୪୭୩ରେ ପହଞ୍ଚିଛି। ୧୩୦ ଦିନରେ ଦେଶରେ‌ ଦୈନିକ ପଜିଟିଭ୍‌ ହାର ୪ ପ୍ରତିଶତ ଉପରେ ରହିଛି। ଗତ ୨୪ ଘଣ୍ଟାରେ ୧୮ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୮୭୩ରେ ପହଞ୍ଚିଛି। ସକ୍ରିୟ ମାମଲା ୭୬,୭୦୦।

ଦେଶରେ ଦୈନିକ ପଜିଟିଭ୍‌ ହାର ୪.୩୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୨.୬୨ ପ୍ରତିଶତ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୧୮ ପ୍ରତିଶତ। ଦେଶରେ ଏଯାବତ ମୋଟ୍‌ ୧୯୬.୧୮ କୋଟି ଟିକାକରଣ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୦୬୦ ନୂଆ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ଦୈନିକ ପଜିଟିଭ୍‌ ହାର ୧୦.୦୯ ପ୍ରତିଶତ ରହିଛି। ଦିଲ୍ଲୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା‌ ୧,୯୨୩,୧୪୯ ଏବଂ କରୋନା ମୃତ୍ୟୁସଂଖ୍ୟା ୨୬,୨୩୮ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe