୪ ମାସରେ ଦେଶରେ ସର୍ବାଧିକ ସଂକ୍ରମଣ, ୧୭,୩୩୬ ନୂଆ ମାମଲା

Advertisment

କରୋନା ଟିକା ପାଇଁ ୨୦୨୧ରେ ୪୨ ଲକ୍ଷରୁ ଅଧିକ ଜୀବନ ବଞ୍ଚିଯାଇଛି

କରୋନା ଟିକା ପାଇଁ ୨୦୨୧ରେ ୪୨ ଲକ୍ଷରୁ ଅଧିକ ଜୀବନ ବଞ୍ଚିଯାଇଛି

୪ ମାସରେ ଦେଶରେ ସର୍ବାଧିକ ସଂକ୍ରମଣ, ୧୭,୩୩୬ ନୂଆ ମାମଲା

livemint.com

ନୂଆଦିଲ୍ଲୀ : ଦେଶରେ ଆଜି ୧୭,୩୩୬ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୪ ମାସରେ ଏହା ସର୍ବାଧିକ। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୬୨,୨୯୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୩ ଜଣଙ୍କ କରୋନା‌ରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୯୫୪ ରହିଛି। ଦେଶରେ ସକ୍ରିୟ ମାମଲା ମଧ୍ୟ ୮୮ ହଜାରରୁ ଅଧିକ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୨୦ ପ୍ରତିଶତ ଥିବା ବେଳେ ଆରୋଗ୍ୟ ହାର ୯୮.୫୯ ପ୍ରତିଶତ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୪.୩୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୩.୦୭ ପ୍ରତିଶତ ରହିଛି। ୫ ରାଜ୍ୟ ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ତାମିଲନାଡ଼ୁ ଏବଂ ହରିୟାଣାରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୫,୨୧୮ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ ୩,୮୯୦, ଦିଲ୍ଲୀରେ ୧୯୩୪, ତାମିଲନାଡ଼ୁରେ ୧୦୬୩ ଏବଂ ହରିୟାଣାରେ ୮୭୨ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଆଜି ମୁମ୍ବାଇରେ ୧୮୯୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

କରୋନା ଟିକା ପାଇଁ ୨୦୨୧ରେ ୪୨ ଲକ୍ଷରୁ ଅଧିକ ଜୀବନ ବଞ୍ଚିଯାଇଛି

ନୂଆଦିଲ୍ଲୀ : କରୋନା ଟିକାକରଣ ଦେଶରେ ୪୨ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇ ଦେଇଛି। ୨୦୨୧ରେ ୪୨ ଲକ୍ଷରୁ ଅଧିକ ଜୀବନ କେବଳ ଟିକାକରଣ ଯୋଗୁଁ ରକ୍ଷା ହୋଇଛି। ଲାନସେଟ୍‌ ଅଧ୍ୟୟନରୁ ଏହା ଜଣାପଡ଼ିଛି। ବୈଶ୍ବିକ ଭାବେ ୧୮୫ ରାଷ୍ଟ୍ରର ଅତିରିକ୍ତ ମୃତ୍ୟୁ ଆକଳନକୁ ଆଧାର କରି ହୋଇଥିବା ଅଧ୍ୟୟନ ଅନୁଯାୟୀ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ବର୍ଷରେ ୧୯.୮ ନିୟୁତ ମୃତ୍ୟୁ ଅଟକାଇ ହୋଇଛି। ଟିକାକରଣ ହୋଇନଥିଲେ ଏହି ସମୟ‌ରେ ୩୧.୪ ନିୟୁତ ମୃତ୍ୟୁ ହୋଇଥାନ୍ତା। ଅଧ୍ୟୟନ ଅନୁଯାୟୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଯଦି ୨୦୨୧ ଶେଷ ସୁଦ୍ଧା ପ୍ରତି ରାଷ୍ଟ୍ରର ୪୦ ପ୍ରତିଶତ ଜନସଂଖ୍ୟାଙ୍କୁ ୨ କିମ୍ବା ଅଧିକ ଡୋଜ୍‌ ଟିକା ଦେବାପାଇଁ ଲକ୍ଷ୍ୟ ରଖିଥାନ୍ତେ ତେବେ ଅଧିକ ୫.୯୯ ଲକ୍ଷ ଜୀବନ ବଞ୍ଚାଇ ହୋଇଥାନ୍ତା। ତେବେ ଭାରତରେ ୪୨,୧୦,୦୦୦ରୁ ଅଧିକ ମୃତ୍ୟୁକୁ ଟିକାକରଣ ଦ୍ବାରା ରୋକାଯାଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe