ଦେଶରେ ଦେଢ଼ ଲକ୍ଷ ସକ୍ରିୟ କୋଭିଡ୍‌ ମାମଲା

ଦିନକରେ ୫୩ ‌କୋଭିଡ ଆକ୍ରାନ୍ତ ଚିହ୍ନଟ

cntraveller.in

ନୂଆଦିଲ୍ଲୀ : ଗୁରୁବାର ସକାଳେ ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଭାରତରେ କରୋନା ଭୂତାଣୁ ଦ୍ବାରା ନୂଆ ୨୧,୫୬୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୪୩,୮୨୫,୧୮୫ରେ ପହଞ୍ଚିଛି। ଏଥି ସହ ଦେଶର ସକ୍ରିୟ ସଂକ୍ରମଣ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବାକୁ ବସିଛି। ବର୍ତ୍ତମାନ ସକ୍ରିୟ ସଂଖ୍ୟା ରହିଛି ୧,୪୮,୮୮୧, ଯାହା ମୋଟ ରାଶିକୃତ ମାମଲାର ୦.୩୪ ପ୍ରତିଶତ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଭୂତାଣୁ ଯୋଗୁ ୪୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୮୭୦ରେ ପହଞ୍ଚିଛି। ଏଥି ସହ ଗତ ୨୪ ଘଣ୍ଟାରେ ୧୮,୨୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦେଶରେ ଆରୋଗ୍ୟ ହାର ହେଉଛି ୯୮.୪୬ ପ୍ରତିଶତ। ବର୍ତ୍ତମାନ ଦୈନିକ ପଜିଟିଭିଟି ହାର ୪.୨୫ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୫୧ ପ୍ରତିଶତ ରହିଛି। ଭାରତରେ ଟିକାକରଣ ସଂଖ୍ୟା ୨୦୦ କୋଟି ମାଇଲଷ୍ଟୋନ୍ ଅତିକ୍ରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe