TV9 Bharatvarsh
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୧୩ ଦିନ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୫୦୦ ଉପରେ ରହିଛି। ଗତ ବର୍ଷ ନଭେମ୍ବରରେ ଶେଷ ଥର ଦେଶରେ କରୋନା ସଂକ୍ରମଣ ୫୦୦ ଉପରେ ଥିଲା। ଦେଶରେ ସକ୍ରିୟ ମାମଲା ଏବେ ୩,୬୧୮, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୯୦,୪୯୨ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୩୦,୭୮୧ ରହିଛି। ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୮୦ ପ୍ରତିଶତ। ୪,୪୧,୫୬,୦୯୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର ୧.୧୯ ପ୍ରତିଶତ।
ଉଲ୍ଲେଖଯୋଗ୍ୟ ଯେ କିଛି ରାଜ୍ୟରେ କରୋନା ପଜିଟିଭ୍ ହାର ବଢ଼ୁଥିବାରୁ କେନ୍ଦ୍ର ସରକାର ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଇନଫ୍ଲୁଏଞ୍ଜା ଜ୍ବର ବଢ଼ୁଥିବାରୁ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଚିଠି ଲେଖିଛନ୍ତି।
Follow Us