ଦେଶରେ ଦିନକରେ ୧,୮୯୦ ଜଣ କୋଭିଡ୍ ସଂକ୍ରମିତ; ୫ ମାସରେ ସର୍ବାଧିକ

Advertisment
ଦେଶରେ ଦିନକରେ ୧,୮୯୦ ଜଣ କୋଭିଡ୍ ସଂକ୍ରମିତ; ୫ ମାସରେ ସର୍ବାଧିକ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଭାରତରେ ୧,୮୯୦ ଜଣ ନୂତନ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଗତ ୫ ମାସ ଭିତରେ ସର୍ବାଧିକ। ଗତବର୍ଷ ଅକ୍ଟୋବର ୨୮ ତାରିଖରେ ଗୋଟିଏ ଦିନରେ ୨,୨୦୮ ଜଣ ସଂକ୍ରମିତ ହୋଇଥିଲେ। ସେହିପରି ୭ ଜଣ ଲୋକଙ୍କ ମୃତ୍ୟୁ ସହ କୋଭିଡ୍-ଜନିତ ମୃତ୍ୟୁସଂଖ୍ୟା ରବିବାର ୫,୩୦,୮୩୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର ଓ ଗୁଜରାଟରେ ୨ ଜଣ ଲେଖାଏ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୩ ଜଣଙ୍କ ମୃତ୍ୟୁ କେରଳରେ ଘଟିଥିବା ରବିବାର ସକାଳ ୮ଟାରେ ଅପ୍‌ଡେଟ୍‌ ହୋଇଥିବା ତଥ୍ୟରୁ ଜଣାପଡ଼ିଛି।

ଦୈନିକ ପଜିଟିଭିଟି ହାର ୧.୫୬ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୧.୨୯ ପ୍ରତିଶତ ରହିଛି। ମୋଟ କୋଭିଡ୍ ମାମଲା ସଂଖ୍ୟା ୪.୪୭ କୋଟି (୪,୪୭,୦୪,୧୪୭) ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ସଂଖ୍ୟାର ୦.୦୨ ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର ୯୮.୭୯ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe