ଦେଶରେ କରୋନା ସକ୍ରିୟ ସଂକ୍ରମଣ ୬୦ ହଜାର ଟପିଲା, ୨୪ ଘଣ୍ଟାରେ ୨୭ ଜଣଙ୍କର ମୃତ୍ୟୁ

ଚିନ୍ତା ବଢ଼ାଉଛି କେରଳ: ଏପ୍ରିଲରେ ଚିହ୍ନଟ ହେଲେଣି ୫୪ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୯,୧୧୧ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ସଂକ୍ରମଣ ୬୦ ହଜାର ଟପି ୬୦,୩୧୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟା‌ରେ ୨୭ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୧,୧୪୧ରେ ପହଞ୍ଚିଛି। ଗୁଜରାଟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ଏବଂ ରାଜସ୍ଥାନରେ ୩ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ବିହାର, ଛତିଶଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, କେରଳ ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି।

ତେବେ କେରଳ ଏହାର ପୂର୍ବ ୩ଟି ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ିଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା‌ ୪.୪୭ କୋଟିରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ ହାର ୮.୪୦ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୪.୯୪ ପ୍ରତିଶତ ଅଛି। ସକ୍ରିୟ ମାମଲା ୦.୧୩ ପ୍ରତିଶତ ଏବଂ ଜାତୀୟ ଆରୋଗ୍ୟ ହାର ୯୮.୬୮ ପ୍ରତିଶତ ରହିଛି। ମୋଟ୍‌ ୪,୩୨,୩୫,୭୭୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe