newindianexpress.com
ନୂଆଦିଲ୍ଲୀ : ଦେଶରେ ଶନିବାର ଦିନ ୩,୮୦୫ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୯୮,୭୪୩ ଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୫,୨୪,୦୨୪ରେ ପହଞ୍ଚିଛି। ତେବେ ସକ୍ରିୟ ମାମଲା ଶନିବାର ଦିନ ୨୦ ହଜାର ଟପିଯାଇଛି।
ଅନ୍ୟପକ୍ଷରେ କରୋନା ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି। ଶନିବାର ଦିନ ଦୈନିକ ପଜିଟିଭ୍ ହାର ୦.୭୮ ପ୍ରତିଶତ ଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ୦.୭୯ ପ୍ରତିଶତ। ୫ ରାଜ୍ୟରୁ ୮୩.୧୩ ପ୍ରତିଶତ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ସର୍ବାଧିକ ୧୬୫୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ହରିୟାଣାରେ ୫୮୨, କେରଳରେ ୪୦୦, ଉତ୍ତରପ୍ରଦେଶରେ ୩୨୦ ଏବଂ ମହାରାଷ୍ଟ୍ରରେ ୨୦୫ ମାମଲା ଚିହ୍ନଟ ହୋଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଦିଲ୍ଲୀରେ କେବଳ ୪୩.୫୨ ପ୍ରତିଶତ ମାମଲା ଚିହ୍ନଟ ହୋଇଛି।
Follow Us