୧୩ ହଜାର ନୂଆ ସଂକ୍ରମଣ, ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି

Advertisment
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ: ୨୬ ଜଣ ୧୮ ବର୍ଷରୁ କମ୍ ବୟସର

ନୂଆଦିଲ୍ଲୀ : ଦେଶରେ ଗୁରୁବାର ଦିନ ୧୩,୩୧୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୪୪,୯୫୮। ଗତ ୨୪ ଘଣ୍ଟାରେ ୩୮ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୯୪୧। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ଏବେ ୮୩,୯୯୦। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୧୯ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୮.୬ ପ୍ରତିଶତ। ଦେଶରେ ମୋଟ୍ ଟିକାକରଣ ୧୯୬.୬୨ କୋଟି ଟପିଯାଇଛି। ଦିଲ୍ଲୀରେ ସଂକ୍ରମଣ ବଢ଼ିବା ସହ ଦିଲ୍ଲୀରେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ଦିଲ୍ଲୀ କରୋନା ଆପ୍‌ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ୯୪୯୧ କୋଭିଡ୍‌ ବେଡ୍‌ ମଧ୍ୟରୁ ୨୬୩ଟି ତଥା ୨.୭୭ ପ୍ରତିଶତ ବେଡ୍‌ ଏବେ ବ୍ୟବହାରରେ ଥିବାବେଳେ ୧୧୭୮ ଆଇସିୟୁ ବେଡ୍‌ ମଧ୍ୟରୁ ୨୪ଟି ଏବେ ବ୍ୟବହାରରେ ଅଛି। ଦେଶରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ବିଶେଷଜ୍ଞମାନଙ୍କର କୋର୍‌ ଟିମ୍‌ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ସପ୍ତାହ ଧରି ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ୧୦ ରାଜ୍ୟ ମହାରାଷ୍ଟ୍ର, ‌କେରଳ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଗୁଜରାଟରେ ୧ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe