Times of India
ଆକ୍ରାନ୍ତରେ ନୂଆ ରେକର୍ଡ: ଦିନକରେ ପ୍ରାୟ ୨୫ ହଜାର ପଜିଟିଭ୍
୨୧ଟି ରାଜ୍ୟରେ ଜାତୀୟ ହାରଠାରୁ ଆରୋଗ୍ୟ ହାର ଅଧିକ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ସ୍ଥିତି ଭୀଷଣ ହେବାରେ ଲାଗିଛି। ସଂକ୍ରମଣ ସଂଖ୍ୟା ପୁରୁଣା ରେକର୍ଡକୁ ଭାଙ୍ଗିବା ସହିତ ନୂଆ ରେକର୍ଡ ସୃଷ୍ଟି କରୁଛି। ଆଜି ଗୋଟିଏ ଦିନରେ ଦେଶରେ ୨୪,୮୫୦ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫କୁ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ, ୨୪ ଘଣ୍ଟା ଭିତରେ ଦେଶରେ ୬୧୩ ଜଣଙ୍କ ପ୍ରାଣ ମଧ୍ୟ ଏହି ରୋଗ ନେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି।
ସେହିପରି ଦିନକରେ ୬୧୩ ଜଣଙ୍କର ମୃତ୍ୟୁହେବା ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯,୨୬୮ ଛୁଇଁଛି। ଏଥିସହିତ ଦେଶରେ ଏବେ କରୋନା ଭୂତାଣୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨,୪୪,୮୧୪ରେ ରହିଥିବାବେଳେ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୯ ହଜାର ୮୩ ଛୁଇଁଛି। ଆଇସିଏମ୍ଆର୍ ରିପୋର୍ଟ ଅନୁଯାୟୀ, ଭାରତରେ କରୋନା ପଜିଟିଭ ହାର ଏବେ ୯.୯୮ ପ୍ରତିଶତ ରହିଛି।
New Indian Expressଜୁଲାଇ ୪ ତାରିଖ ସୁଦ୍ଧା ଦେଶରେ ୯୭ ଲକ୍ଷ ୮୯ ହଜାର ୬୬ ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ଗତକାଲି ୨ ଲକ୍ଷ ୪୮ ହଜାର ୯୩୪ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ଏମାନଙ୍କ ମଧ୍ୟରୁ ୨୪ ହଜାର ୮୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ ଆରୋଗ୍ୟ ହାର ଏବେ ୬୦.୭୭ ପ୍ରତିଶତ ରହିଛି। ତେବେ ଆଶ୍ବାସନାର ବିଷୟ ହେଲା ଦେଶର ୨୧ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି।
ଗତ ୨୪ ଘଣ୍ଟା ଭିତରେ ଦେଶରେ ପ୍ରାଣ ହରାଇଥିବା ୬୧୩ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୯୫ ଜଣ, ଦିଲ୍ଲୀରେ ୮୧ ଜଣ, ତାମିଲନାଡ଼ୁରେ ୬୫ ଜଣ, କର୍ଣ୍ଣାଟକରେ ୪୨ ଜଣ, ଉତ୍ତରପ୍ରଦେଶରେ ୨୪ ଜଣ, ଗୁଜରାଟରେ ୨୧ଜଣଙ୍କ ମୃତ୍ୟୁ ହୋଇଛି।
Follow Us