ଦେଶରେ କରୋନା ସଂକ୍ରମଣ ୪୫ ଲକ୍ଷ ଟପିଲା

Advertisment

୨୪ ଘଣ୍ଟାରେ ୯୬,୫୫୧ ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ବି ବଢ଼ୁଛି

୨୪ ଘଣ୍ଟାରେ ୯୬,୫୫୧ ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ବି ବଢ଼ୁଛି

ରାଜଧାନୀରେ ଏବେ ଅଜବ ପ୍ରକାରର ଚାଲିଛି କରୋନା ମୁକାବିଲା : ଡାକ୍ତର ଆୟୁର୍ବେଦିକ, ଔଷଧ ଏଲୋପାଥିକ

INDIANFLIPBOARD

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଆଜି ୪୫ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ସର୍ବାଧିକ ୯୬ ହଜାର ୫୫୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୨୦୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୪୫ ଲକ୍ଷ ୬୨ ହଜାର ୪୧୫ରେ ପହଞ୍ଚିଛି। ଏବେ ଦେଶରେ ୯ ଲକ୍ଷ ୪୩ ହଜାର ୪୮୦ ସକ୍ରିୟ ମାମଲା ରହିଛି। ମୋଟ୍‌ ୩୫ ଲକ୍ଷ ୪୨ ହଜାର ୬୬୪ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ମୃତ୍ୟୁସଂଖ୍ୟା ୭୬ ହଜାର ୨୭୧କୁ ବୃଦ୍ଧି ପାଇଛି।

ତେବେ ଟେଷ୍ଟିଂ ବଢ଼ିବାରୁ ଦେଶରେ ଅଧିକ ସଂକ୍ରମଣ ବଢ଼ିଛି। ଆଇସିଏମ୍‌ଆର ଅନୁଯାୟୀ ଗତକାଲି ଦେଶରେ ପୁଣି ୧୧ ଲକ୍ଷ ୬୩ ହଜାର ୫୪୨ ନମୁନା ପରୀକ୍ଷା ହୋଇଛି। ଏଯାବତ୍‌ ମୋଟ୍‌ ୫ କୋଟି ୪୦ ଲକ୍ଷ ୯୭ ହଜାର ୯୭୫ ନମୁନା ପରୀକ୍ଷା କରାଯାଇଛି। ଗତ ୨୯ ଦିନ ମଧ୍ୟରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଶତ ପ୍ରତିଶତ ବୃଦ୍ଧି ହୋଇଛି। ଶୀଘ୍ର ରୋଗ ଚିହ୍ନଟ ଯୋଗୁଁ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୧ ହଜାର ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଗତ କିଛିଦିନ ହେଲା ଦେଶର ୫ ରାଜ୍ୟରୁ ଦୈନିକ ପ୍ରାୟ ୬୦ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହେଉଛନ୍ତି। ମହାରାଷ୍ଟ୍ରରୁ ୨୦.୧ ପ୍ରତିଶତ, ତାମିଲନାଡ଼ୁରୁ ୧୪.୨ ପ୍ରତିଶତ, ଆନ୍ଧ୍ରପ୍ରଦେଶରୁ ୯.୯ ପ୍ରତିଶତ, କର୍ଣ୍ଣାଟକରୁ ୮.୭ ପ୍ରତିଶତ ଏବଂ ଉତ୍ତରପ୍ରଦେଶରୁ ୬.୫ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି। ଉପରୋକ୍ତ ୫ଟି ରାଜ୍ୟରୁ ପ୍ରାୟ ୫୭ ପ୍ରତିଶତ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ୯ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା, ଆସାମ, ଓଡ଼ିଶା ଏବଂ ଛତିଶଗଡ଼ରୁ ମୋଟ୍‌ ୭୪ ପ୍ରତିଶତ ସକ୍ରିୟ ମାମଲା ଚିହ୍ନଟ ହୋଇଛି। ଦେଶର ମୋଟ୍‌ ସକ୍ରିୟ ମାମଲାରୁ ୪୮ ପ୍ରତିଶତରୁ ଅଧିକ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe