ବଢ଼ୁଛି କରୋନା ସଂକ୍ରମଣ, ସକ୍ରିୟ ସଂକ୍ରମଣ ୩୫ ହଜାର ଟପିଲା

‌ଦେଶବ୍ୟାପୀ କୋଭିଡ ମକଡ୍ରିଲ୍‌, ଆର୍‌ଏମ୍‌ଏଲ‌୍‌ରେ ସମୀକ୍ଷା କଲେ ମାଣ୍ଡଭୀୟ

ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ

TV9 Bharatvarsh

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ମୁକାବିଲା ଦିଗରେ ହସ୍ପିଟାଲ ଗୁଡ଼ିକ କିଭଳି ପ୍ରସ୍ତୁତ ଅଛନ୍ତି ସେନେଇ ଦେଶବ୍ୟାପୀ ହସ୍ପିଟାଲ୍‌ ଗୁଡ଼ିକରେ ଆଜିଠାରୁ ଦୁଇଦିନିଆ କୋଭିଡ୍‌ ମକଡ୍ରିଲ ଆରମ୍ଭ ହୋଇଛି। କେନ୍ଦ୍ର ସ୍ବା‌ସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀର ରାମ ମନୋହର ଲୋହିଆ (ଆର୍‌ଏମ୍‌ଏଲ୍‌) ହସ୍ପିଟାଲରେ ମକଡ୍ରିଲ୍‌ର ସମୀକ୍ଷା କରିଛନ୍ତି। ଦେଶର ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ କୋଭିଡ୍‌ ମକଡ୍ରିଲ ପରିଚାଳନା କରାଯାଉଛି।

publive-image Outlook India

ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ କିଛି ରାଜ୍ୟରେ ପୁଣିଥରେ କରୋନା କଟକଣା ଫେରିଛି। ଦିଲ୍ଲୀରେ କରୋନା ପଜିଟିଭ ହାର ୨୧ ପ୍ରତିଶତ ଟପିଥିବାରୁ ଚିନ୍ତା ବଢ଼ିଛି। ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜ ଆଜି କହିଛନ୍ତି, ଦିଲ୍ଲୀରେ ଆଗାମୀ ଦିନରେ ସଂକ୍ରମଣ ବଢ଼ିବାର ଆଶଙ୍କା କରାଯାଉଛି। ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ଦେଖାଦେଉଛି ସେମାନେ ମାସ୍କ ପିନ୍ଧିବା ସହିତ ଏବଂ ଘରୁ ନବାହାରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣା ସରକାର ଗତକାଲି ଠାରୁ ରାଜ୍ୟରେ ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ହରିୟାଣା ସ୍କୁଲରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେହିପରି କେରଳରେ ଗର୍ଭବତୀ ଏବଂ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପୁଡ଼ୁଚେରୀ ପ୍ରଶାସନ ବି ମାସ୍କ ବାଧ୍ୟତାମୂଳକ କରିଛନ୍ତି।

ଦେଶରେ ଆଜି ୫,୮୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫଳରେ ସକ୍ରିୟ ସଂକ୍ରମଣ ୩୫ ହଜାର ଟପି ୩୫,୧୯୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫୩,୦୯,୭୯ରେ ପହଞ୍ଚିଛି। ଦେଶରେ କରୋନା ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ୪୪,୧୯୬,୩୧୮ ଜଣ କରୋନାରୁ ଆରୋଗ୍ୟ ହେବା ସହ ଦେଶରେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe