କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ମାମଲା: ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ସାପ କାମୁଡ଼ା ମୁତ୍ୟୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: କେନ୍ଦ୍ର ଓ ରାଜ୍ୟକୁ ରିପୋର୍ଟ ତଲବ

NewsNation

ନୁଆଦିଲ୍ଲୀ : ଦେଶରେ କୋଭିଡ୍‌ ମହାମାରୀର ଦ୍ବିତୀୟ ଲହରରେ ଅନେକ ଲୋକ ପ୍ରାଣ ହରାଇଲେଣି। ମୃତକଙ୍କ ପରିବାରକୁ କୌଣସି ପ୍ରକାର କ୍ଷତିପୂରଣ ପ୍ରଦାନ କରାଯାଉନାହିଁ। ଏହିଭଳି ଅଭିଯୋଗ ଆଣି ତଥା ଏହାର ସମାଧାନ ଦାବିକରି ସୁପ୍ରିମ୍‌କୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ରେ ପଟିସନ ଦାଖଲ କରିଥିଲେ। ଏନ୍‌ଏଚ୍‌ଆର୍‌ସି କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପିଟିସନରେ ଆବେଦନକାରୀ ଉଲ୍ଲେଖ କରିଛନ୍ତି, ଗଂଜାମ ଜିଲ୍ଲା ଅଂଗାରଗାଁର କୃଷ୍ଣଚନ୍ଦ୍ର ସାହୁ ଓ ତାଙ୍କର ତିନି ଭାଇଙ୍କର କରୋନାରେ ଦେହାନ୍ତ ହେବାପରେ ସେମାନଙ୍କର ବିଧବା ପତ୍ନୀ ତଥା ଅନାଥ ଶିଶୁମାନେ କୌଣସି ପ୍ରକାର ସହାୟତା ନ ପାଇ କିଭଳି ଦୁଃଖଦୁ୍ର୍ଦ୍ଦଶାରେ ଜୀବନ ବିତାଉଛନ୍ତି। କେବଳ ଓଡିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ମୃତକଙ୍କ ପରିବାର ସଦସ୍ୟମାନେ ସଂଘର୍ଷ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ସେକ୍ସନ ୧୨ରେ ବିପର୍ଯ୍ୟୟରେ ପ୍ରଭାବିତ ବ୍ୟକ୍ତିଙ୍କୁ ନ୍ୟୂନତମ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସୁପାରିଶ କରିବାର ବ୍ୟବସ୍ଥା ଥିବାର ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe