The Hindu
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ମୃତ୍ୟୁସଂଖ୍ୟାର ଏକ ଚତୁର୍ଥାଂଶ ଏବଂ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାର ଏକ ତୃତୀୟାଂଶ କେବଳ ଆମେରିକାରେ । ଚୀନ୍ର ଉହାନ୍ରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍ ଯୋଗୁଁ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଆମେରିକାରେ ୯ ଲକ୍ଷ ୨୬ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫୨ ହଜାର ଟପିଛି। ତେବେ କରୋନା ଯୋଗୁଁ ଅତି ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ଅନ୍ୟ ୬ଟି ରାଷ୍ଟ୍ରର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଆମେରିକାରେ ଆକ୍ରାନ୍ତ ଅଧିକ ରହିଛନ୍ତି। ସ୍ପେନ୍, ( ୨୧୯,୭୭୪) , ଇଟାଲି (୧୯୨,୯୯୪), ଫ୍ରାନ୍ସ (୧୫୯,୪୯୫), ଜର୍ମାନୀ (୧୫୪,୫୪୫), ବ୍ରିଟେନ୍ (୧୪୪,୬୩୫) ଏବଂ ତୁର୍କୀ (୧୦୪,୯୧୨) ସଂଖ୍ୟାଠାରୁ ଆମେରିକାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଆମେରିକାରେ ୫୨ ହଜାର ୨୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ପଛକୁ ଇଟାଲିରେ ୨୫ ହଜାର ୯୬୯, ସ୍ପେନ୍ରେ ୨୨ ହଜାର ୫୨୪, ଫ୍ରାନ୍ସରେ ୨୨ ହଜାର ୨୪୫, ବ୍ରିଟେନ୍ରେ ୧୯ ହଜାର ୫୦୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଆମେରିକାର ନ୍ୟୁୟର୍କରେ କରୋନା ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ୧୭,୬୭୧ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୧ ହଜାର ୮୯୦ ରହିଛି।
ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୨୦,୦୦୦ ଛୁଇଁଲା
ତେବେ ଆମେରିକାରେ ଗତ କିଛି ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡ଼ିଛି। ପ୍ରାୟ ୧୮ଟି ଆମେରିକୀୟ ରାଜ୍ୟରେ ଗତ ୭ ଦିନ ମଧ୍ୟରେ ମାମଲା ବହୁତ କମିଯାଇଛି। ଏଥିପାଇଁ ଆମେରିକାର କିଛି ଅଂଶରେ ଲକ୍ଡାଉନ୍ କୋହଳ ହୋଇଛି। ଅନ୍ୟପକ୍ଷେ ୟୁରୋପ୍ରେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୨୦ ହଜାର ଟପିଛି। ଇଟାଲି, ଫ୍ରାନ୍ସ, ସ୍ପେନ୍, ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ରହିଛି। ବ୍ରିଟେନ୍ରେ କରୋନା ମୃ୍ତ୍ୟୁ ସଂଖ୍ୟା ୨୦,୦୦୦ ଛୁଇଁଛି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧ଲକ୍ଷ ୪୩ ହଜାର ୪୬୪ ରହିଛି। ବ୍ରିଟେନ୍ରେ ଉଭୟ ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ସେବାପାଇଁ ରୋବଟ୍ ଏବଂ ଡ୍ରୋନ୍ ମୁତୟନ ହୋଇଛନ୍ତି। ତେବେ ଇଟାଲିରେ ସଂକ୍ରମଣ ମାତ୍ରା କମିଥିଲେ ମଧ୍ୟ ଇଟାଲିରେ କରୋନା ଯୋଗୁଁ ଅଧିକାଂଶ ଡାକ୍ତର ପ୍ରାଣ ହରାଇଛନ୍ତି। ଇଟାଲିରେ ୧୫୦ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।
  
 Follow Us