Representative image
ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଥମ ୨ ବର୍ଷରେ ଭାରତ ଏବଂ ସମଗ୍ର ବିଶ୍ବରେ ଲକ୍ଷାଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ବିଶ୍ବରେ କରୋନା ମୃତ୍ୟୁ ଜନିତ ସରକାରୀ ତଥ୍ୟକୁ ଭୁଲ୍ ପ୍ରମାଣିତ କରିଛି ଲାନ୍ସେଟ୍ ଅଧ୍ୟୟନ। ବିଶ୍ବରେ ସରକାରୀ ତଥ୍ୟଠାରୁ ୩ ଗୁଣା ଅଧିକ କରୋନା ମୃତ୍ୟୁ ହୋଇଛି । ଭାରତରେ ସରକାରୀ ତଥ୍ୟଠାରୁ ୮ ଗୁଣା ଅଧିକ କରୋନା ମୃତ୍ୟୁ ହୋଇଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ ଜାନୁଆରି ୧, ୨୦୨୦ ରୁ ଡିସେମ୍ବର ୩୧,୨୦୨୧ ମଧ୍ୟରେ ବିଶ୍ବରେ ପ୍ରାୟ ୬ ନିୟୁତ ଲୋକ କରୋନା ମହାମାରୀ ଯୋଗୁଁ ପ୍ରାଣ ହରାଇଥିଲେ। କିନ୍ତୁ ନୂଆ ଅଧ୍ୟୟନ କହୁଛି କରୋନା ମହାମାରୀରେ ବାସ୍ତବ ମୃତ୍ୟୁସଂଖ୍ୟା ୧୮.୨ ନିୟୁତ। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ କରୋନା ମୃତ୍ୟୁ ୪,୮୯,୦୦୦ ଥିବାବେଳେ ବାସ୍ତବ ମୃତ୍ୟୁସଂଖ୍ୟା ୪୦ ଲକ୍ଷରୁ ଅଧିକ ବୋଲି କୁହାଯାଉଛି। ଅନ୍ୟପକ୍ଷେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅତ୍ୟଧିକ କୋଭିଡ୍ ମୃତ୍ୟୁ ନେଇ ଯେଉଁ ରିପୋର୍ଟ ଆସିଛି ତାହା ସତ ନୁହେଁ। ଲାନସେଟ୍ ଅଧ୍ୟୟନ ଅନୁଯାୟୀ ଭାରତର କରୋନା ମୃତ୍ୟୁ ବିଶ୍ବରେ ସର୍ବାଧିକ।
Follow Us