ଅକ୍ଟୋବରରେ କେରଳର କୋଭିଡ ମୃତ୍ୟୁ ଭାଗ ୬୫ ପ୍ରତିଶତ

Advertisment

୮୦ ପ୍ରତିଶତ ପିଛିଲା ମୃତ୍ୟୁ ସାମିଲ

୮୦ ପ୍ରତିଶତ ପିଛିଲା ମୃତ୍ୟୁ ସାମିଲ

ଅକ୍ଟୋବରରେ କେରଳର କୋଭିଡ ମୃତ୍ୟୁ ଭାଗ ୬୫ ପ୍ରତିଶତ

europeanpharmaceuticalreview.com

ତିରୁଅନନ୍ତପୁରମ : କରୋନା ମହାମାରୀ ଆରମ୍ଭ ହେବାର ବର୍ଷେ ପର୍ଯ୍ୟନ୍ତ କେରଳ ଏଥିଜନିତ ମୃତ୍ୟୁସଂଖ୍ୟାକୁ ଅତି ନିମ୍ନସ୍ତରରେ ରଖିପାରିଥିବା ଦର୍ଶାଇଥିଲା। ଚଳିତବର୍ଷ ଏପ୍ରିଲରେ ଆସିଥିବା ଦ୍ବିତୀୟ ଲହର ବେଳକୁ ଦେଶର ମୋଟ କରୋନା ମୃତ୍ୟୁରେ କେରଳର ଅଂଶ ମାତ୍ର ୧.୪ ପ୍ରତିଶତ ଥିଲା। କିନ୍ତୁ ସେପ୍ଟେମ୍ବର ବେଳକୁ ଏହା ୪୫.୨ ପ୍ରତିଶତ ଏବଂ ଅକ୍ଟୋବରରେ ୬୪.୭ ପ୍ରତିଶତ ଭଳି ଉଦ୍‌ବେଗଜନକ ସ୍ତରକୁ ବୃଦ୍ଧି ପାଇଛି। ଫଳରେ ପ୍ରଥମ ଥର ପାଇଁ ଦେଶର ‌ମୋଟ ନୂଆ ସଂକ୍ରମଣରେ କେରଳର ଅଂଶ ଯାହା ରହିଛି ମୃତ୍ୟୁ ଅଂଶ ତାହାକୁ ଟପିଯାଇଛି।

ଅକ୍ଟୋବରରେ ଦେଶରେ ଦେଖାଦେଇଥିବା ମୋଟ ନୂଆ ସଂକ୍ରମଣରେ କେରଳର ଭାଗ ୫୬ ପ୍ରତିଶତ ଥିବାବେଳେ ଏହି ମାସରେ ମୋଟ ମୃତ୍ୟୁ ଅଂଶ ୬୫ ପ୍ରତିଶତରେ ପହଞ୍ଚିଛି। ତେବେ ଅକ୍ଟୋବରରେ କେରଳର ମୋଟମୃତ୍ୟୁରେ ୮୦ ପ୍ରତିଶତ ହେଉଛି ପିଛିଲା ମୃତ୍ୟୁ। ଏହି ମୃତ୍ୟୁ ପୂର୍ବରୁ ହୋଇଥିଲେ ମଧ୍ୟ ତାହାକୁ କରୋନା ମୃତ୍ୟୁଭାବେ ଦର୍ଶାଯାଇ ନଥିଲା। ଅକ୍ଟୋବର ୨୨ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ୨୧ ଦିନରେ କେରଳରେ ମୋଟ ୭୮୩୮ ମୃତ୍ୟୁ ଦର୍ଶାଯାଇଛି। ତେବେ ଏଥିରେ ୧୨୫୭ ନୂଆ ମୃତ୍ୟୁ ହୋଇଥିବାବେଳେ ୬୫୮୧ଟି ହେଉଛି ପୂର୍ବମାସଗୁଡ଼ିକର ମୃତ୍ୟୁ। ନଭେମ୍ବର ୧୭ ପର୍ଯ୍ୟନ୍ତ ରାଜ୍ୟର ୩୬୪୭୫ କରୋନା ମୃତ୍ୟୁ ମଧ୍ୟରୁ ପ୍ରାୟ ୨୧ ପ୍ରତିଶତ ବା ୭୭୩୧ଟି ମୃତ୍ୟୁ ସଂଖ୍ୟା ମାତ୍ର ୨୭ ଦିନରେ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe