କେରଳ ପୁଣି ଯୋଡ଼ିଲା ୬୫୨ କରୋନା ମୃତ୍ୟୁ, ଦୈନିକ ମୃତ୍ୟୁ ସଂଖ୍ୟା ୮୦୫ରେ ପହଞ୍ଚିଲା

କେରଳ ପୁଣି ଯୋଡ଼ିଲା ୬୫୨ କରୋନା ମୃତ୍ୟୁ, ଦୈନିକ ମୃତ୍ୟୁ ସଂଖ୍ୟା ୮୦୫ରେ ପହଞ୍ଚିଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧୪,୩୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୮୦୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ମାମଲା ୧୧ ପ୍ରତିଶତ କମ୍‌ ରହିଛି। ତେବେ କେରଳର ପୂର୍ବ କରୋନା ମୃତ୍ୟୁ ପାଇଁ ଦେଶରେ ଅଚାନକ କରୋନା ମୃତ୍ୟୁ ଏତେ ଅଧିକ ରହିଛି। ‌କେରଳ ରାଜ୍ୟ ଗଣମାଧ୍ୟମ ବୁଲେଟିନ୍‌ ଅନୁଯାୟୀ କେରଳରେ ଗତ ୨୪ ଘଣ୍ଟାରେ ୫୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ୬୫୨ ପୂର୍ବ କରୋନା ମୃତ୍ୟୁକୁ ଏହା ଯୋଡ଼ିଛି।

ଦେଶରେ ଟିକାକରଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୪,୩୩,୩୯୨ ଟିକାକରଣ ହୋଇଛି। ଦେଶରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୧୩,୧୯୮ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୬,୨୭,୬୩୨କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ଏବେ ୧,୬୧,୩୩୪। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୧୮ ପ୍ରତିଶତ। ଲଗାତାର ୩୫ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ୨୫ ଦିନ ଧରି ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତରୁ କମ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe