କୋଭିଡ୍‌ ତୃତୀୟ ଲହରରେ ୪୪% ମୃତକଙ୍କର ଶ୍ୱାସ ସମସ୍ୟା ଥିଲା

Advertisment
୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

ମୁମ୍ବାଇ : କୋଭିଡ୍-୧୯ ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରୁ ନ ଥିଲେ ବି ମହାରାଷ୍ଟ୍ରରେ ତୃତୀୟ ଲହରରେ କୋଭିଡ୍‌-ଜନିତ ମୃତ୍ୟୁବରଣ କରିଥିବା ଲୋକଙ୍କ ଭିତରୁ ୪୪ ପ୍ରତିଶତଙ୍କଠାରେ ଗୁରୁତର ଶ୍ୱାସଜନିତ ସମସ୍ୟା ଥିଲା ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଜାନୁଆରିରେ ୧,୦୫୨ ଜଣ କୋଭିଡ୍-ମୃତକଙ୍କ ମଧ୍ୟରୁ ୪୫୯ ଜଣଙ୍କଠାରେ ଶ୍ବାସଜନିତ ସମସ୍ୟା ଥିଲା। ତେଣୁ ଏହି ରୋଗୀମାନେ ଡେଲ୍‌ଟା ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ ମୃତ୍ୟୁ ଅଡିଟ୍ କମିଟିର ସଦସ୍ୟ ଡ. ଅବିନାଶ ସୁପେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe