ଆଗାମୀ ୬ମାସ ମଧ୍ୟରେ ଭାରତରେ କୋଭିଡ୍‌ ଏକ ସ୍ଥାନୀୟ ମହାମାରୀ ହୋଇ ରହିଯିବ: ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ମୁଖ୍ୟ

ଆଗାମୀ ୬ମାସ ମଧ୍ୟରେ ଭାରତରେ କୋଭିଡ୍‌ ଏକ ସ୍ଥାନୀୟ ମହାମାରୀ ହୋଇ ରହିଯିବ: ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ମୁଖ୍ୟ

www.ndtv.com

ନୂଆଦିଲ୍ଲୀ: ଆଗାମୀ ୬ମାସ ମଧ୍ୟରେ ଭାରତରେ କୋଭିଡ୍‌ ଏକ ସ୍ଥାନୀୟ ମହାମାରୀ ହୋଇ ରହିଯିବ। କରୋନା ଭୂତାଣୁର ସଂକ୍ରମଣ ଆରମ୍ଭ ହେବା ପରେ ଏହାକୁ ବିଶ୍ବ ମହାମାରୀ ଭାବେ ଘୋଷଣା କରାଯାଇଥିଲା। ଏବେ ଟିକାକରଣ ପରେ ଏହାର ପ୍ରଭାବ କମ ହେଉଥିବାରୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ନିର୍ଦ୍ଦେଶକ ସୁଜିତ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ଟିକାକରଣ ପରେ ଆଗାମୀ ୬ମାସ ମଧ୍ୟରେ ବିଶ୍ବ ମହାମାରୀ ସ୍ଥାନୀୟ ମହାମାରୀରେ ପରିଣତ ହେବ। ସେତେବେଳେ କରୋନାକୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି ସୁଜିତ ସିଂ କହିଛନ୍ତି।

Coronavirus update: Will India go through Second Wave of Covid-19  infections? Here is what experts say - The Financial Express The Financial Express

ସେ କହିଛନ୍ତି ଯେ, ଯଦି ମୃତ୍ୟୁ ଏବଂ ରୋଗୀଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିବ, ତେବେ ଆମେ ଏହି ରୋଗକୁ ପରିଚାଳନା କରିପାରିବା। କରୋନାଭାଇରସ୍ ବିରୋଧରେ ଟିକାକରଣ ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ବର୍ତ୍ତମାନ ୭୫କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଯଦି ଦୁଇଟି ଡୋଜ ଟିକାର ପ୍ରଭାବ ୭୦ପ୍ରତିଶତ ରହିଛି, ତେବେ ଭାରତରେ ପ୍ରାୟ ୫୦ କୋଟି ଲୋକ ରୋଗ ପ୍ରତିରୋଧକ ଶକ୍ତି ପାଇସାରିଛନ୍ତି। ଯଦି ଗୋଟିଏ ଡୋଜ ୩୦-୩୧% ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରୁଛି, ତେବେ ବର୍ତ୍ତମାନ ୩୦ କୋଟି ଲୋକ, ଯେଉଁମାନେ ଗୋଟିଏ ଡୋଜ ନେଇଛନ୍ତି, ସେମାନେ ମଧ୍ୟ ଏହି ଭୂତାଣୁରୁ କେତେକାଂଶରେ ରକ୍ଷା ପାଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe