କୋଭିଡ୍‌ ଲଢ଼େଇ: ଭାରତର ଗବେଷଣା ଓ ପ୍ରସ୍ତୁତି ଉତ୍ସାହପ୍ରଦ: ବିଲ୍‌ ଗେଟ୍‌ସ

ଏଆଇ ଉନ୍ନତ ହେଲେ ଗୁଗୁଲ୍‌, ଆମାଜନ୍ ବନ୍ଦ ହୋଇଯିବ: ବିଲ୍‌ ଗେଟ୍‌ସ

CNBC.com

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ ବିରୋଧରେ ଲଢ଼େଇ କରିବା ପାଇଁ ବିଶେଷ କରି ବିପୁଳ ପରିମାଣର ଟିକା ନିର୍ମାଣ କରିବା କ୍ଷେତ୍ରରେ ଭାରତର ଗବେଷଣା ଓ ପ୍ରସ୍ତୁତି ବିଶ୍ବ ପାଇଁ ଉତ୍ସାହପ୍ରଦ ବୋଲି ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କହିଛନ୍ତି। ଗ୍ରାଣ୍ଡ୍‌ ଚ୍ୟାଲେଞ୍ଜ୍‌ ବାର୍ଷିକ ବୈଠକ-୨୦୨୦ରେ ଉଦ୍‌ବୋଧନ ଦେବା ଅବସରରେ ସେ କୋଭିଡ୍‌-୧୯ ନିରୂପଣ ଓ ଟିକା ବିକାଶ ଉପରେ ଆଲୋକପାତ କରି ଭାରତ ସମ୍ପର୍କରେ ଏପରି ମନ୍ତବ୍ୟ ରଖିଛନ୍ତି। ଅବଶ୍ୟ ଗତ ଦୁଇ ଦଶନ୍ଧି ହେଲା ଭାରତ ଏହାର ସ୍ବାସ୍ଥ୍ୟକ୍ଷେତ୍ରରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଏତେ ସଂଖ୍ୟକ ଟିକା ପ୍ରସ୍ତୁତ କରିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଭାରତ ସପଳତାର ସହ ଆଗକୁ ବଢ଼ୁଛି। ସେହିପରି କୋଭିଡ୍‌ ନିରୂପଣ ପାଇଁ ଉପଲବ୍‌ଧ ଭିତ୍ତିଭୂମି ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି। ବଜାରରେ ଚାଲିଥିବା ଅନେକ ପ୍ରକାରର ପରୀକ୍ଷଣ ଏହି ଭୂତାଣୁ ପାଇଁ ସମ୍ବେଦନଶୀଳ ହୋଇପାରୁନଥିବାରୁ ବେଳେ ବେଳେ ସଂକ୍ରମଣ ଥାଇ ସୁଦ୍ଧା ନମୁନା ପରୀକ୍ଷଣରେ ଫଳାଫଳ ନେଗେଟିଭ୍‌ ଆସୁଛି। ତେଣୁ ଏ ପ୍ରକାର ରୋଗ ନିରୂପଣ ଆମକୁ ନିମ୍ନଗାମୀ କରିଦେଉଛି ବୋଲି ବିଲ୍‌ ଗେଟ୍‌ସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe