କୋଭିଡ୍‌ କଟକଣା କୋହଳ ମାମଲା: କେରଳ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

Advertisment

ଅତି ଖରାପ ସ୍ଥିତି

ଅତି ଖରାପ ସ୍ଥିତି

ସୁପ୍ରିମକୋର୍ଟରେ ପହଞ୍ଚିଲା ପୁଲିସ ଲାଠିମାଡ଼ରେ ବିହାର ବିଜେପି ନେତାଙ୍କ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପକ୍ଷଭୁକ୍ତ

Image Courtesy of India Today

ତିରୁଅନନ୍ତପୁରମ୍‌: ବକ୍ରିଦ୍‌ ପାଇଁ କେରଳ ସରକାର କଟକଣା କୋହଳ କରିଥିବାରୁ ସୁପ୍ରିମକୋର୍ଟ ଆଜି ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କେରଳରେ ସଂକ୍ରମଣ ବଢ଼ୁଥିବା ଏବଂ ଦେଶରେ ସର୍ବାଧିକ ଦୈନିକ ସଂକ୍ରମଣ ରାଜ୍ୟରୁ ଚିହ୍ନଟ ହେଉଥିବା ବେଳେ ସରକାର କଟକଣା‌ କୋହଳ କରିବା ଅତି ଖରାପ ସ୍ଥିତିକୁ ସୂଚାଉଛି ବୋଲି କୋର୍ଟ କହିଛନ୍ତି। ରାଜ୍ୟରେ ପଜିଟିଭ୍‌ ହାର ୧୫ ପ୍ରତିଶତରୁ ଅଧିକ ଥିବା ସ୍ଥାନରେ ବି ଜୁଲାଇ ୧୯ରେ ସମ୍ପୂର୍ଣ୍ଣ ଦୋକାନ ଖୋଲିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଦୟନୀୟ ସ୍ଥିତି। ଜଷ୍ଟିସ ଆରଏଫ୍‌ ନରିମାନ ଏବଂ ବିଆର୍‌ ଗଭାଇଙ୍କ ଖଣ୍ଡପୀଠ କହିଛନ୍ତି, କେରଳ ସରକାରଙ୍କୁ ସମ୍ବିଧାନର ଧାରା ୧୪୪ ଏବଂ ୨୧ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ଏବଂ କାଉଡ଼ି ଯାତ୍ରା ପ୍ରସଙ୍ଗରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।

ସୁପ୍ରିମକୋର୍ଟ କେରଳ ସରକାରଙ୍କ କୋଭିଡ୍‌ ନିୟମାବଳି କୋହଳ ସଂକ୍ରାନ୍ତ ନି‌ଷ୍ପତ୍ତିକୁ ରଦ୍ଦ କରିନାହାନ୍ତି କିନ୍ତୁ ଏଥିଯୋଗୁଁ କରୋନା ସଂକ୍ରମଣରେ ବୃଦ୍ଧି ହେଲେ କିମ୍ବା ଅନ୍ୟ କୌଣସି ବିପଜ୍ଜନକ ସ୍ଥିତି ଉପୁଜିଲେ ଲୋକମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ କହ‌ିଛନ୍ତି। ଉଲ୍ଲେଖଯୋଗ୍ୟ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗତ ୧୭ ତାରିଖ‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇଦ୍‌ ପାଇଁ ରାଜ୍ୟରେ କୋଭିଡ୍‌ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଥିଲେ। କେରଳରେ ମୋଟ୍‌ ସଂକ୍ରମଣ ମାମଲା ୩୧,୭୦,୮୬୮। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe