ଜୁନ ୩୦ ପର୍ଯ୍ୟନ୍ତ କୋଭିଡ୍‌ କଟକଣା ଜାରି ରହିବ: ୨ ଲକ୍ଷ ଉପରେ ସଂକ୍ରମଣ ଜାରି, ମୃତ୍ୟୁ ବି ୪ ହଜାର ପାଖରେ

Advertisment
ମୃତ୍ୟୁ ଶୂନ୍ୟ ସପ୍ତାହର ପଞ୍ଚମ ଦିନ: ୧୫ ମୃତ; ୧୯ଲକ୍ଷ ଟଙ୍କାର ଜରିମାନା ଆଦାୟ

Sambad

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଲାଗୁ ହୋଇଥିବା କୋଭିଡ୍‌-୧୯ କଟକଣାକୁ ଆଗାମୀ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ପୂର୍ବରୁ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାହାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ଆଜି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ।

ଗତ ସୋମବାର ଯାଏ ଦୈନିକ ସଂକ୍ରମଣ ଲଗାତାର ଦଶମ ଦିନ ପାଇଁ କମି ଆସିବା ପରେ ମଙ୍ଗଳବାର ପୁଣି ୨ ଲକ୍ଷ ସୀମା ଡେଇଁବା ସହ ବୁଧବାର ତାହା ବଜାୟ ରଖିଛି। ଗତ ଦୁଇ ସପ୍ତାହ ଭିତରେ ୬୫ ହଜାର ପାଖାପାଖି କୋଭିଡ୍‌ ପୀଡ଼ିତ ମୃତ୍ୟୁମୁଖରେ ପଡ଼ିବା ଘଟଣା ଦେଶରେ ସାମଗ୍ରିକ ଭାବେ ମହାମାରୀର ବିଭୀଷିକାମୟତା ଜାରି ରହିଥିବା ସଂକେତ ଦେଇ ଚାଲିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗୁରୁବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୧୧,୨୯୮ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଏବଂ ୩,୮୪୭ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ଘଟିଛି। ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୯୯୨ ଜଣ ହୋଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକର ୫୩୦ ଜଣ, ତାମିଲନାଡୁର ୪୭୫ ଜଣ, ଉତ୍ତରପ୍ରଦେଶର ୧୯୩ ଜଣ ଓ ପଞ୍ଜାବର ୧୮୫ ଜଣ ରହିଛନ୍ତି। ତେବେ ମୋଟ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ଲଗାତାର ୪ ଦିନ ହେଲା ୧.୧୫ ପ୍ରତିଶତରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe