DNA India
ନୂଆଦିଲ୍ଲୀ: ହରିୟାଣା ବିଦ୍ୟାଳୟରୁ ଆସିଥିବା କରୋନା ମାମଲାକୁ ଗମ୍ଭୀରତା ସହ ନେଇଛନ୍ତି ହରିୟାଣା ସରକାର । ରାଜ୍ୟ ଶିକ୍ଷା ବିଭାଗ ନଭେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ନଭେମ୍ବର ୩୦ ପରେ ପରିସ୍ଥିତି ଦେଖି ବିଦ୍ୟାଳୟ ଖୋଲିବାର ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।
ହରିୟାଣାରେ ସରକାରୀ ବିଦ୍ୟାଳୟ ଖୋଲିବା ସହିତ ବିଶୃଙ୍ଖଳା ଦେଖାଦେଇଛି। ଗୋଟିଏ ପରେ ଗୋଟିଏ ଏପରି ୧୫୦ଜଣ ପିଲା କରୋନା ସଂକ୍ରମିତ ହେବା ମାମଲା ସାମ୍ନାକୁ ଆସିଛି। କେବଳ ପିଲା ନୁହନ୍ତି ବିଦ୍ୟାଳୟର କର୍ମଚାରୀମାନଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଛି।
/sambad/media/post_attachments/c587b8c292c2992ca40f17efbc7504ee9e9ba60620ee9517620fe9ef9c980d96.jpg)
ହରିୟାଣା ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବିଦ୍ୟାଳୟ ଖୋଲିବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ହରିୟାଣାରେ ସମୁଦାୟ ୧୪୭ଟି ବିଦ୍ୟାଳୟ ମଧ୍ୟରୁ ରେୱାଡି ଜିଲ୍ଲାରେ ଏକା ସହିତ ୭୨, ଜିନ୍ଦରେ ୨୯, ସିର୍ସାରେ ୧୬, କୈଥଲ- ମହେନ୍ଦ୍ରଗଡରେ ୧୨ - ୧୨ ଓ ହିସାରରେ ୬ ଜଣ ଶିଶୁ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
| ଜିନ୍ଦ ଜେନେରାଲ ହସ୍ପିଟାଲ ପକ୍ଷରୁ ପ୍ରକାଶ ଯେ, ଗୁରୁବାର ଦିନ ଜିଲ୍ଲାରେ ୧୧ଜଣ ପିଲାଙ୍କ ସମେତ ୮ଜଣ ଶିକ୍ଷକଙ୍କ କରୋନା ରିପୋର୍ଟ ପଜିଟିଭ୍ ରହିଛି। ଛାତ୍ରମାନଙ୍କ ସହିତ ଶିକ୍ଷକମାନେ ମଧ୍ୟ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ିଛି।
ବିଦ୍ୟାଳୟଗୁଡ଼ିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସତର୍କ ହୋଇପଡିଛନ୍ତି। ସମସ୍ତ ବିଦ୍ୟାଳୟରେ କରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Follow Us