ଲଗାତାର ୨ ସପ୍ତାହ ଧରି ବିଶ୍ୱରେ କରୋନା ସଂକ୍ରମଣ ବଢ଼ୁଛି, ଚୀନ୍‌ରେ ୬୦ ଅସ୍ଥାୟୀ ହସ୍ପିଟାଲ୍‌

Advertisment
ଲଗାତାର ୨ ସପ୍ତାହ ଧରି ବିଶ୍ୱରେ କରୋନା ସଂକ୍ରମଣ ବଢ଼ୁଛି, ଚୀନ୍‌ରେ ୬୦ ଅସ୍ଥାୟୀ ହସ୍ପିଟାଲ୍‌

BBC

ଜେନେଭା : ଗତ ସପ୍ତାହରେ ବୈଶ୍ବିକ କରୋନା ସଂକ୍ରମଣରେ ୭ ପ୍ରତିଶତ ବୃଦ୍ଧି ପାଇଛି। ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ହେତୁ ବିଶ୍ବରେ ସଂକ୍ରମଣ ବୃଦ୍ଧି ପାଉଛି। କିନ୍ତୁ କରୋନା ମୃତ୍ୟୁ ସଂଖ୍ୟା କମୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ କହିଛନ୍ତି। ବିଶ୍ବରେ ୧୨ ନିୟୁତ ନୂଆ ସାପ୍ତାହିକ ସଂକ୍ରମଣ ମାମଲା ଦେଖାଦେଇଛି। ବିଶ୍ବରେ କେବଳ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ସଂକ୍ରମଣ ବଢ଼ୁଛି। ଗତ ସପ୍ତାହରେ ସଂକ୍ରମଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଥିଲା। ‘ହୁ’ ୟୁରୋପ୍‌ ମୁଖ୍ୟ ଡା ହାନ୍ସ କ୍ଲୁଗେ କହିଛନ୍ତି, ବିଭିନ୍ନ ରାଷ୍ଟ୍ର କଟକଣା ହଟାଇଥିବା ବେଳେ ବ୍ରିଟେନ, ଫ୍ରାନ୍ସ , ଇଟାଲି ଏବଂ ଜର୍ମାନୀରେ ନିକଟରେ ସଂକ୍ରମଣ ବଢ଼ିଛି।

ଅନ୍ୟପକ୍ଷେ ଚୀନ୍‌ରେ ବର୍ଷକ ପରେ ଚଳିତ ସପ୍ତାହରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ଚୀନ୍‌ରେ ସଂକ୍ରମଣ ବଢ଼ିବାରୁ ଚୀନ୍‌ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୬୦ଟି ଅସ୍ଥାୟୀ ହସ୍ପିଟାଲ୍‌ ନିର୍ମାଣ କରିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଚୀନ୍‌ର ପ୍ରଦେଶ ଗୁଡ଼ିକରେ ଅତି କମ୍‌ରେ ୨ରୁ ୩ଟି ଅସ୍ଥାୟୀ ହସ୍ପିଟାଲ୍‌ ନିର୍ମାଣ ହେବ ବୋଲି ଚୀନ୍‌ କହିଛି। ଚୀନ୍‌ରେ ସାମାନ୍ୟ ଲକ୍ଷଣ ଥିବା ରୋଗୀ ବି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe