କୋଭିଡ୍: ଚୀନ୍‌ର ସାନ୍ୟାରେ ଲକ୍‌ଡାଉନ୍, ୮୦,୦୦୦ ପର୍ଯ୍ୟଟକ ଫସିଛନ୍ତି

କୋଭିଡ୍: ଚୀନ୍‌ର ସାନ୍ୟାରେ ଲକ୍‌ଡାଉନ୍, ୮୦,୦୦୦ ପର୍ଯ୍ୟଟକ ଫସିଛନ୍ତି

cnbc.com

ବେଜିଂ : ପ୍ରାୟ ୧ ନିୟୁତ ଲୋକ ବସବାସ କରୁଥିବା ଚୀନ୍‌ ହାଇନାନ ପ୍ରଦେଶର ରାଜଧାନୀ ସାନ୍ୟା ନଗରୀ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଅନେକ ସମୟରେ ଏହାକୁ ‘ଚୀନ୍‌ର ହାୱାଇ’ ବୋଲି କୁହାଯାଏ। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଶନିବାର ଚୀନ୍ ସରକାର ଏହି ମହାନଗରୀକୁ ତାଲାବନ୍ଦ ଘୋଷଣା କରିଥିବାରୁ ପ୍ରାୟ ୮୦,୦୦୦ ପର୍ଯ୍ୟଟକ ଫସିରହିଛନ୍ତି।

ଚୀନ୍ ସରକାର ପୂରା ସାନ୍ୟା ନଗରୀରେ ଶନିବାର ସକାଳୁ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରିଦେଇଛନ୍ତି। ବାସିନ୍ଦାଙ୍କ ଯଥେଚ୍ଛ ଗମନାଗମନ ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ସାନ୍ୟାରେ ଅଗଷ୍ଟ ପହିଲାରୁ ଅଦ୍ୟାବଧି ମୋଟ ୪୫୫ କୋଭିଡ୍ ସଂକ୍ରମଣ ରିପୋର୍ଟ କରାଯାଇଛି। ଆଉ ୧୦୩ ଜଣ ଲକ୍ଷଣହୀନ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ସାରା ସହରରେ ବ୍ୟାପକ ପରୀକ୍ଷଣ କରାଯାଉଛି। ସରକାର କହିଛନ୍ତି ୪୮ ଘଣ୍ଟା ମଧ୍ୟରେ ଯେଉଁମାନେ ସାନ୍ୟା ବହାରକୁ ଯିବାକୁ ଚାହାନ୍ତି ସେମାନଙ୍କୁ ଦୁଇଟି ନେଗେଟିଭ୍ ପିସିଆର୍ ଟେଷ୍ଟ ରିପୋର୍ଟ ସାଙ୍ଗରେ ନେଇ ଯିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe