ଫୁଲା ନିରୋଧକ ଔଷଧ କୋଭିଡ୍‌ରୁ ଆରୋଗ୍ୟ ଅବଧି କମାଇବ, ବାରିସିଣ୍ଟିନିବ୍‌ କାମ ଦେଉଛି

Advertisment
ଥଣ୍ଡା, କାଶ, ଜ୍ବର ପୀଡ଼ିତ ସାବଧାନ! ଡାକ୍ତରୀ ପରାମର୍ଶ ବିନା ଔଷଧ ନେଲେ ତଥ୍ୟ ପାଇଯିବ ସ୍ବାସ୍ଥ୍ୟ ବିଭାଗ

image source-deccan chronicle

ଓ୍ୱାସିଂଟନ: ବର୍ତ୍ତମାନ ଡାକ୍ତରଖାନାରେ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଅନ୍ୟାନ୍ୟ ଔଷଧ ସହିତ କୌଣସି ଏକ ଫୁଲା ନିରୋଧକ ଔଷଧ ପ୍ରୟୋଗ କଲେ କୋଭିଡ୍‌ରୁ ଆରୋଗ୍ୟଲାଭ କରିବା ଅବଧି କମିଯିବ ବୋଲି ଆମେରିକାର ଇଣ୍ଡିଆପଲିସ୍ଥିତ ଏଲି ଲିଲି ନାମକ ଭେଷଜ କମ୍ପାନି ଦାବି କରିଛି। ଆମେରିକାର ଜାତୀୟ ଶରୀର ବିକାର ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନ ଦ୍ବାରା ପ୍ରାୟୋଜିତ ଏକ ଅଧ୍ୟୟନରେ ଭାଗନେଇଥିବା ହଜାରେ ଜଣ ରୋଗୀଙ୍କ ଫଳାଫଳକୁ ଅନୁଧ୍ୟାନ କରି ଏପରି ନିର୍ଯାସ ମିଳିପାରିଛି ବୋଲି ଏଲି ଲିଲି ପକ୍ଷରୁ କୁହାଯାଇଛି। ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌(ଆଣ୍ଠୁଗଣ୍ଠି ଫୁଲା) ଉପଶମ ପାଇଁ ଓଲୁମିଆଣ୍ଟ୍‌ ନାମରେ ଉକ୍ତ କମ୍ପାନି ପକ୍ଷରୁ ବିକ୍ରି କରାଯାଉଥିବା ବାରିସିଣ୍ଟିନିବ୍‌ ଔଷଧର ପ୍ରୟୋଗକୁ ଭିତ୍ତି କରି ଏପରି ଉପସଂହାର ଅଣାଯାଇପାରିଛି।

ସୂଚନା ଥାଉ କି, ଅନୁଧ୍ୟାନରେ ରହିଥିବା ଏହି ସମସ୍ତ କୋଭିଡ୍‌ ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବା ଲାଗି ରେମଡେସିଭିର ଔଷଧ ଦିଆଯାଉଥିଲା। ଏହାଦ୍ବାରା ରୋଗୀମାନେ ହାରାହାରି ୪ ଦିନ ଆଗୁଆ ଆରୋଗ୍ୟ ଲାଭ କରୁଥିଲେ। ତେବେ ଏହି ରେମଡେସିଭିର ସହିତ ଯେଉଁମାନଙ୍କୁ ବାରିସିଣ୍ଟିନିବ୍‌ ମଧ୍ୟ ଦିଆଯାଇଥିଲା, ସେମାନେ ଆଉ ଗୋଟେ ଦିନ ଆଗୁଆ ସୁସ୍ଥ ହୋଇଥିବା ଜଣାଯାଇଛି। ତେଣୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କୋଭିଡ୍‌ ରୋଗୀଙ୍କୁ ଜରୁରୀକାଳୀନ ସ୍ଥିତିରେ ଏହି ବାରିସିଣ୍ଟିନିବ୍‌ ଦେବା ଲାଗି ନିୟାମକ ଅଧିକାରୀଙ୍କ ସହ ଏଲି ଲିଲି ଆଲୋଚନା କରିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe