କୋଭିଡ୍‌ର ନୂଆ ପ୍ରଜାତି ‘ଆଇଏଚ୍‌ୟୁ’ ଆବିଷ୍କୃତ

ସବୁ ଜିଲ୍ଲାରେ ସଂକ୍ରମଣ ଶହେ ତଳେ, ଦିନକରେ ୩୪୨ ପଜିଟିଭ୍, ୯ ମୃତ

Outlook India

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ବ୍ୟାପକ ପ୍ରସାର ଲାଭ କରି ତୃତୀୟ ଲହର ଆଣିବା କାମ କରୁଛି। ଭାରତରେ ବି କେତେକ ରାଜ୍ୟରେ ଏହା ଦୈନିକ ସଂକ୍ରମଣ ରେ ଆଶାତୀତ ବୃଦ୍ଧି କରିଛି। କିନ୍ତୁ ଏସବୁ ଭିତରେ ଫ୍ରାନ୍ସରେ କରୋନାର ଏକ ନୂଆ ଭାରିଆଣ୍ଟ ‘ଆଇଏଚ୍‌ୟୁ’ ଆବିଷ୍କୃତ ହୋଇଛି, ଯାହା ଓମିକ୍ରନ୍‌ଠାରୁ ଅଧିକ ସଂକ୍ରାମକ ଓ ଅଧିକ ମ୍ୟୁଟେସନ ସୃଷ୍ଟିକାରୀ।

ଫ୍ରାନ୍ସର ମେରସିଲି ସହରରେ ଆଇଏଚ୍‌ୟୁ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ୧୨ ଜଣ ଲୋକ ନଭେମ୍ବର ମଧ୍ୟଭାଗରେ ଆଫ୍ରିକାର କେମରୁନରୁ ଫେରିଥିଲେ। ବିମାନବନ୍ଦରରେ ପରୀକ୍ଷା କରିବାରୁ ସେମାନଙ୍କର କରୋନା ପଜିଟିଭ୍ ବାହାରିଥିଲା। ପଜିଟିଭ୍ ବାହାରିବା ସହ ଆଫ୍ରିକାରୁ ଆସିଥିବାରୁ ସେମାନେ ଓମିକ୍ରନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଥିଲା ଓ ସେମାନଙ୍କର ଜିନୋମ୍ ସିକ୍ବେନ୍ସିଂ କରାଯାଇଥିଲା। ସିକ୍ବେନ୍ସିଂରୁ ସମସ୍ତଙ୍କଠାରେ ଏକ ନୂଆ ଭାରିଆଣ୍ଟ ଥିବା ଜଣାପଡ଼ିଥିଲା। ଏହି ଭାରିଆଣ୍ଟର ୪୬ଟି ମ୍ୟୁଟେସନ ରହିଛି। ପ୍ୟାରିସ୍‌ ସ୍ଥିତି ‘ଆଇଏଚ୍‌ୟୁ ମେଡିଟରେନ୍ ଇନ୍‌ଫେକ୍ସନ’ର ବିଶେଷଜ୍ଞମାନେ ଏହା ଉପରେ ଅନୁସନ୍ଧାନ କରିଥିଲେ। ସେଥିପାଇଁ ଏହାର ନାମ ଆଇଏଚ୍‌ୟୁ ରଖାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଏଯାବତ୍ ଏହାକୁ କୌଣସି ଆଧିକାରିକ ନାମ ଦିଆଯାଇ ନାହିଁ। କିନ୍ତୁ ଜିନୋମ୍ ବ୍ୟବସ୍ଥା ଅନୁସାରେ ଏହାର ନାମ ହେଉଛି ବି.୧.୬୪୦.୨ ଏବଂ ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟ ଦ୍ବାରା ସଂକ୍ରମିତ ଲୋକଙ୍କଠାରେ କୌଣସି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିନାହିଁ। କିନ୍ତୁ ଏହା ଓମିକ୍ରନ୍‌ଠାରୁ ଅଧିକ ସଂକ୍ରାମକ ବୋଲି ଫ୍ରାନ୍ସର ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe