୮୦% ଜନତାଙ୍କୁ ଆକ୍ରାନ୍ତ କରିଛି କୋଭିଡ୍‌-୧୯ ସଂକ୍ରମଣ: ଚୀନ୍‌

୮୦% ଜନତାଙ୍କୁ ଆକ୍ରାନ୍ତ କରିଛି କୋଭିଡ୍‌-୧୯ ସଂକ୍ରମଣ: ଚୀନ୍‌

Image Courtesy of India Today

ବେଜିଙ୍ଗ୍‌: ୮୦% ଜନତା ଆକ୍ରାନ୍ତ ହୋଇଥିବାରୁ ଆଗାମୀ ଦୁଇତିନି ମାସ ଭିତରେ ଚୀନ୍‌ରେ କୋଭିଡ୍‌-୧୯ ସଂକ୍ରମଣ ପୂର୍ବାପେକ୍ଷା ଆହୁରି ଭୀଷଣ ହେବାର ସମ୍ଭାବନା ଥିବା କଥା ଶନିବାର ଦିନ ଜଣେ ଖ୍ୟାତନାମା ସରକାରୀ ବୈଜ୍ଞାନିକ କହିଛନ୍ତି।

‘ଚୀନା ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ର ମୁଖ୍ୟ ମହାମାରୀବିତ୍‌ ତଥା ବୈଜ୍ଞାନିକ ୟୁ ଜୁନ୍‌ୟୁ ‘ୱେଇବୋ’ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ କହିଛନ୍ତି, ଚଳିତ ଚାନ୍ଦ୍ର ନବବର୍ଷ ଅବକାଶରେ ବ୍ୟାପକ ଜନଗମନାଗମନ ଏହି ମହାମାରୀ ବିସ୍ତାର କରି କେତେକ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି କରିପାରେ। କିନ୍ତୁ, ନିକଟ ଭବିଷ୍ୟତରେ ଦ୍ବିତୀୟ କୋଭିଡ୍‌ ଲହର୍‌ ଆସିବାର ସମ୍ଭାବନା ନାହିଁ।

publive-image Image Courtesy of The Economic Times

ଛୁଟିଦିନରେ ପରସ୍ପର ସହିତ ଏକତ୍ର ହେବାକୁ ଅସୁମାରି ଜନସାଧାରଣ ସମଗ୍ର ଚୀନ୍‌ର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବାରୁ ମଫସଲ ଅଞ୍ଚଳରେ ସଦ୍ୟ ସଂକ୍ରମଣ ଆଶଙ୍କା ଦେଖା ଦେବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ସେ ଅଞ୍ଚଳରେ ବ୍ୟାପକ ସଂକ୍ରମଣ ପ୍ରତିରୋଧ ବା ପରିଚାଳନା କରିବାକୁ ଅପେକ୍ଷାକୃତ କମ୍‌ ଭିତ୍ତିଭୂମି ରହିଛି।

ବହୁ ସଂଖ୍ୟକ ଅତି ଜଟିଳ ପରିସ୍ଥିତିରେ ପଡ଼ିଥିବା କୋଭିଡ୍‌ ରୋଗୀମାନେ ଭର୍ତ୍ତି ହୋଇଯିବାରୁ ‘ଫିଭର୍‌ କ୍ଲିନିକ୍’, ‘ଏମର୍ଜେନ୍ସି ରୁମ୍‌’ରେ ଆଉ ସ୍ଥାନ ନାହିଁ ବୋଲି ଗୁରୁବାର ଦିନ ‘ଜାତୀୟ ସ୍ବାସ୍ଥ୍ୟ କମିସନ୍‌’ର ଜଣେ ଅଧିକାରୀ କହିଥିଲେ।

ସରକାରୀ ତଥ୍ୟ ଅନୁସାରେ, ଜାନୁଆରି ୧୨ ତାରିଖ ସୁଦ୍ଧା କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ପ୍ରାୟ ୬୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି। କିନ୍ତୁ, ମୃତ୍ୟୁସଂଖ୍ୟା ବହୁ ଅଧିକ ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। କାରଣ ଅନେକ ଡାକ୍ତର ଜନସାଧାରଣଙ୍କ ମୃତ୍ୟୁର କାରଣ କୋଭିଡ୍‌ ବୋଲି ଉଲ୍ଲେଖ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe