indiatoday
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଆଜି ଭାରତରେ ମୋଟ କରୋନା ସଂକ୍ରମଣ ୪୦ଲକ୍ଷ ଅତିକ୍ରମ କରିଛି। ଏଥିସହିତ ୩୧ଲକ୍ଷରୁ ଅଧିକ କରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୬୮,୪୭୨ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଦେଶ ଏ ବର୍ଷ କରୋନ ଭୂତାଣୁ ମୁକ୍ତ ହୋଇପାରିବ ନାହିଁ। ୨୦୨୧ ପର୍ଯ୍ୟନ୍ତ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି।
oneindiaଡକ୍ଟର ଗୁଲେରିଆ କରୋନା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି। ସେ କହିଛନ୍ତି ଯେ, ଭାରତରେ କରୋନା ମାମଲା ସଂଖ୍ୟା ଆଉ କିଛି ମାସ ପାଇଁ ବୃଦ୍ଧି ପାଇବ। ଆମେ କହି ପାରିବୁ ନାହିଁ ଯେ, ମହାମାରୀ ୨୦୨୧ ପର୍ଯ୍ୟନ୍ତ ବିସ୍ତାର ହେବ ନାହିଁ । କିନ୍ତୁ ବକ୍ରତା ଅତି ଉଚ୍ଚତର ହେବା ପରିବର୍ତ୍ତେ କମ ହେବ ବୋଲି ଆମେ କହି ପାରିବୁ। ତେବେ ଆମେ ଏହା କହିବାକୁ ସମର୍ଥ ହେବା ଉଚିତ୍ ଯେ ମହାମାରୀ ଆସନ୍ତା ବର୍ଷ ଆରମ୍ଭରେ ଶେଷ ହେଉଛି।
Follow Us